ରାଜଧାନୀରୁ ପୁଣି ୩ #କୋଭିଡ୍-୧୯ ପଜିଟିଭ୍
ଭୁବନେଶ୍ୱର (ଓଟି): ରାଜଧାନୀ ଭୁବନେଶ୍ୱର ପାଇଁ ସମସ୍ୟା ବଢ଼ିଯାଇଛି। ବମିଖାଲ ଅଞ୍ଚଳରୁ ପୁଣି ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ରାଜ୍ୟରେ ମୋଟି ସଂଖ୍ୟା ୯କୁ ବୃଦ୍ଧି ପାଇଛି। ତେବେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଗସ୍ତ ବିବରଣୀ ସମ୍ପର୍କରେ କିଛି ତଥ୍ୟ ମିଳିପାରିନି। ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଚାଲିଛି।
ସୂଚନାଯୋଗ୍ୟଯେ ଏହା ପୂର୍ବରୁ ଆଜି କଟକରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଫଳରେ ଆଜି ଗୋଟିଏ ଦିନରେ ରାଜ୍ୟରେ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।