ସର୍ବାଧିକ ବଜେଟ‍୍‌ ଆଗତ କରିଥିବା ଅର୍ଥମନ୍ତ୍ରୀ

ଆଥିର୍କ ବର୍ଷରେ ସଂସଦରେ ଆଗତ ହେଉଥିବା ବଜେଟ‍୍‌ ସ୍ୱତନ୍ତ୍ର ହୋଇଥାଏ। ବଜେଟରେ କେବଳ ଯୋଜନାର ଧାଡ଼ି କିମ୍ୱା ଜନସାଧାରଣଙ୍କୁ ବିଭିନ୍ନ ସମସ୍ୟାରୁ ରକ୍ଷା କରିବା ପାଇଁ ଚର୍ଚ୍ଚାରେ ନଥାଏ, ଏଥିରେ ବଜେଟ‍୍‌ ଆଗତ କରିଥିବା ଅର୍ଥମନ୍ତ୍ରୀଙ୍କ କାରଣରୁ ମଧ୍ୟ ଚର୍ଚ୍ଚାକୁ ଆସିଥାଏ। ଭାରତର ଅର୍ଥମନ୍ତ୍ରୀ ଭାବରେ ମୋରାଜ୍ଜୀ ଦେଶାଇ ସର୍ବାଧିକ ଥର ବଜେଟ‍୍‌ ଆଗତ କରିବାର ରେକର୍ଡ଼ ହାସଲ କରିଛନ୍ତି। ସର୍ବାଧିକ ଥର ବଜେଟ‍୍‌ ଆଗତ କରିବା ସହିତ ଅନେକ ରେକର୍ଡ଼ ମୋରାଜ୍ଜୀ ଦେଶାଇଙ୍କ ନାମରେ ରହିଛି।

ମୋରାଜ୍ଜୀ ଦେଶାଇଙ୍କ ନାମରେ ଦୁଇଟି ରେକର୍ଡ଼

ମୋରାଜ୍ଜୀ ଦେଶାଇ ଏଭଳି ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଥିଲେ ଯିଏକି ସର୍ବାଧିକ ଥର ବଜେଟ‍୍‌ ଆଗତ କରିଛନ୍ତି। ସେ ନିଜ ଜନ୍ମ ଦିନରେ ଦୁଇ ଥର ବଜେଟ‍୍‌ ଆଗତ କରିବାର ସୁଯୋଗ ପାଇଛନ୍ତି। ସୂଚନାଯୋଗ୍ୟ ଯେ ୨୯ ଫେବ୍ରୁଆରି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜ୍ଜୀ ଦେଶାଇଙ୍କ ଜନ୍ମଦିନ, ଯାହାକି ପ୍ରତି ୪ବର୍ଷରେ ଥରେ ଆସିଥାଏ।

Leave a Reply

Your email address will not be published. Required fields are marked *