ଅଟକି ରହିଥିବା ଧନ ପ୍ରାପ୍ତି ପାଇଁ କରନ୍ତୁ ଏହି ୩ଟି ଉପାୟ
ଯଦି କିଏ ଆପଣଙ୍କ ଠାରୁ କିଛି ଋଣ ନେଇଛନ୍ତି ଏବଂ ତାହାକୁ ସହଜରେ ଫେରାଉ ନାହାନ୍ତି କିମ୍ବା ଜମିବାଡ଼ି ସମ୍ପର୍କିତ କିଛି ଆର୍ଥକ ସଙ୍କଟ ଦେଖାଦେଉଛି, ତେବେ ଆପଣ ମାତ୍ର ୩ଟି ଉପାୟରେ ଏହାର ସମାଧାନ କରିପାରିବେ । ଚାକିରି କ୍ଷେତ୍ରରେ ଉନ୍ନତି ଓ ବ୍ୟବସାୟ କ୍ଷେତ୍ରରେ ଲାଭ ପାଇଁ ମଧ୍ୟ ଏହି ଉପାୟ ବେଶ୍ ଫଳପ୍ରଦ ବୋଲି ବାସ୍ତୁଶାସ୍ତ୍ରକାରମାନେ କହିଛନ୍ତି ।
ତେବେ ଆସନ୍ତୁ ଜାଣିବା –
୧- ବାସ୍ତୁଦୋଷ ଥିଲେ ଘରେ ଆର୍ଥିକ ସଙ୍କଟ ଦେଖାଦଇଥାଏ । ତେଣୁ ସକାଳେ ପୂଜା ସରିବା ପରେ ଖଣ୍ଡେ କର୍ପୁର ଜଳାଇ ଘରର ଯେ କୌଣସି କୋଣରେ ରଖିଦିଅନ୍ତୁ ।
୨- ରାତିରେ ରୋଷେଇ ଘର ସଫା କରିବା ପରେ ଗୋଟିଏ ଚାନ୍ଦି ପାତ୍ରରେ କିଛି ଲବଙ୍ଗ ଓ କର୍ପୁର ନେଇ ଜଳାଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଧନପ୍ରାପ୍ତିର ବାଟ ଖୋଲିଥାଏ ବୋଲି ବିଶ୍ୱାସ ରହିଛି ।
୩ – ଗୁରୁବାର ଦିନ ବିଶେଷ ଭାବେ କର୍ପୁର ଓ ଚନ୍ଦନ ମିଶାଇ ଲକ୍ଷ୍ମୀ ମୂର୍ତ୍ତଙ୍କୁ ସ୍ନାନ କରାନ୍ତୁ । ଏହାପରେ ସୁଗନ୍ଧିତ ଫୁଲରେ ପୂଜା କରନ୍ତୁ । ଏଭଳି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ସବୁବେଳେ ରହିଥାଏ ।