ଧନଲାଭ ପାଇଁ କରନ୍ତୁ କର୍ପୁର ଉପାୟ
ଧନଲାଭ ପାଇଁ ସମସ୍ତେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଏବଂ ତାଙ୍କର କୃପାଦୃଷ୍ଟି ସବୁବେଳେ ନିଜ ଉପରେ ରହିବା ପାଇଁ ଅନେକ ନୀତିନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି । ଯଦି ଆପଣ ମଧ୍ୟ ଧନଲାଭ କରିବାକୁ ଚାହାନ୍ତି, ତାହେଲେ ଆପଣଙ୍କର ଏହି ଆଶାକୁ ପୁରଣ କରିବ ମାତ୍ର ଖଣ୍ଡେ କର୍ପୁର । ପୂଜାପାର୍ବଣରେ ଆଳତୀ ପାଇଁ ପାଇଁ ବ୍ୟବହୃତ ହେଉଥିବା କର୍ପୁର ଧନବୃଦ୍ଧି କରିଥାଏ । ତେବେ ଆସନ୍ତୁ ଜାଣିବା କର୍ପୁରକୁ କିଭଳି ଭାବେ ବ୍ୟବହାର କରିହେବ –
୧- ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଆଳତୀ କରିବା ସମୟରେ ଖଣ୍ଡେ କର୍ପୁରକୁ ଘିଅରେ ବୁଡ଼ାଇ ସେଥିରେ ଆଳତୀ କରନ୍ତୁ ।
୨- ପ୍ରତ୍ୟେକ ଗୁରୁବାର ଦିନ ପୂଜାଘରେ ଛୋଟ ଯଜ୍ଞକୁଣ୍ଡ ରଖି ସେଥିରେ ୩୬ଟି ଲବଙ୍ଗ ସହ ୬ଟି କର୍ପୁର୍ ନେଇ ମା’ ଲକ୍ଷ୍ମୀଙ୍କୁ ଆବାହନ କରି ହୋମ କରନ୍ତୁ । ଲବଙ୍ଗ ଓ କର୍ପୁରରେ ଆହୁତି ଦିଅନ୍ତୁ । ଏହାଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।
୩- ମଙ୍ଗଳବାର ଓ ଶନିବାର ହନୁମାନଙ୍କ ପୂଜା କରୁଥିଲେ, ପୂଜା ପରେ ନିଶ୍ଚିତଭାବେ କର୍ପୁର ଆଳତୀ କରନ୍ତୁ । ଏହାଦ୍ୱାରା ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ ।