ବୁଧବାର ଦିନ ରଖନ୍ତୁ ବ୍ରତ, ଦୂର ହେବ ଆର୍ଥିକ ସଙ୍କଟ
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବାରର ମହତ୍ୱ ଓ ଗୁରୁତ୍ୱ ରହିଛି । ଅର୍ଥ ସମ୍ବନ୍ଧୀୟ ଯେ କୌଣସି ସମସ୍ୟାର ସମାଧାନ ପାଇଁ ବୁଧବାର ହେଉଛି ପ୍ରକୃଷ୍ଟ ଦିନ । ଏହିଦିନ ଆପଣ ବ୍ରତ ରଖିବା ଦ୍ୱାରା ସମସ୍ତ ପ୍ରକାର ଆର୍ଥିକ ସଙ୍କଟ ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଚାକିରୀରେ ପଦୋନ୍ନତି, ଧାରକରଜ ନେଇଥିବା ଟଙ୍କା ଫେରସ୍ତ ପାଇବା, କେଉଁ ସ୍ଥାନରେ ଟଙ୍କା ଅଟକି ରହିବା, କିମ୍ବା ଆର୍ଥିକ ଉନ୍ନତି ଚାହୁଁଥିଲେ, ବୁଧବାର ବ୍ରତ କରନ୍ତୁ ।
ଏହି ବ୍ରତ କରିବାକୁ ହେଲେ ଆପଣ ବୁଧଦେବତାଙ୍କର ଏକ ଯନ୍ତ୍ର କିଣି ତାହାକୁ ପୂଜାଘରେ ସ୍ଥାପନା କରନ୍ତୁ ଏବଂ ବିଧି ମୁତାବକ ପୂଜା କରନ୍ତୁ । ୨୧ରୁ ୨୪ଟି ବୁଧବାର ଏହି ବ୍ରତ କରିବାକୁ ହେବ । ଏହାର କିଛି ନିୟମ ରହିଛି, ଯାହାକୁ ମାନି ଚଳିବାକୁ ହେବ । ତେବେ ଆସନ୍ତୁ ଜାଣିବା ବୁଧବାର ବ୍ରତ ପାଇଁ ଥିବା କେତୋଟି ନିୟମ –
୧- ବୁଧବାର ଦିନ ଲୁଣ ଖାଇବା ଉଚିତ୍ ନୁହେଁ ।
୨- ପ୍ରତ୍ୟେକ ବୁଧବାର ବ୍ରତ ପୂର୍ବରୁ ବିଶେଷ ଭାବେ ପୂଜାଘର ସଫା କରନ୍ତୁ ।
୩- ବୁଧଦେବତାଙ୍କ ଯନ୍ତ୍ରକୁ ପୂଜା କରିବା ପରେ ହାଲୁଆ କିମ୍ବା ମୁଗଡାଲିରେ ପ୍ରସ୍ତୁତ ପିଠା ଭୋଗ ଲଗାନ୍ତୁ । ଏହି ଭୋଗକୁ ସମସ୍ତଙ୍କୁ ବାଣ୍ଟି ଦିଅନ୍ତୁ ।
୪- ମନେ ରଖନ୍ତୁ ସକାଳେ ଉପବାସ ରହି ସନ୍ଧ୍ୟା ସମୟରେ ହିଁ ଭୋଜନ କରନ୍ତୁ । ରାତିରେ କିଛି ଖାଆନ୍ତୁ ନାହିଁ ।
୫- ଖାଇବା ପୂର୍ବରୁ ବୁଧଦେବତାଙ୍କ ଉଦ୍ଦେଶ୍ୟରେ ଗୁଜରାତି ଓ କର୍ପୂର ମିଶ୍ରିତ ଜଳ ଅର୍ଘ୍ୟ ପ୍ରଦାନ କରନ୍ତୁ ।
୬- ବୁଧବାର ଦିନ ସବୁଜ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଏବଂ ମଥାରେ ଚନ୍ଦନ ଓ ଗୁଜରାତି ମିଶାଇ ଟିକା ଲଗାନ୍ତୁ ।