ଆର୍ଥିକ ସଙ୍କଟ ଦେଖାଯିବାର ୮ଟି କାରଣ
ଘରେ ବାସ୍ତୁ ଦୋଷ ଥିଲେ ଆର୍ଥିକ ସଙ୍କଟ ଓ ରୋଗବ୍ୟାଧି ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଏ ଯେ ବାସ୍ତୁ ଠିକ୍ ଥିଲେ ମଧ୍ୟ ପରିବାର ସଦସ୍ୟମାନେ ଆର୍ଥିକ ସଙ୍କଟ ଦେଇ ଗତି କରିଥାନ୍ତି । ଏହାର କାରଣ ହେଉଛି ଆମେ ଅଜାଣତରେ ଏଭଳି କିଛି ଭୁଲ୍ କରିଥାଉ, ଯାହା ଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଘରକୁ ଆର୍ଥିକ ସଙ୍କଟ ଆସିବାର ମୁଖ୍ୟ ୮ଟି କାରଣ ସମ୍ପର୍କରେ –
୧- ଘରେ ଥିବା ପିଇବା ପାଣିର ପାତ୍ରକୁ କେବେ ମଧ୍ୟ ଖୋଲା ଛାଡ଼ନ୍ତୁ ନାହିଁ । ସବୁବେଳେ ତାହାକୁ ଘୋଡ଼ଣୀ ଦେଇ ରଖନ୍ତୁ ।
୨- ରୁଟି ବେଲିବା ସମୟରେ ବେଲଣାପଟା କିମ୍ବା ବେଲଣରୁ ଠକ୍ ଠକ୍ ଶବ୍ଦ ଆସିବା ଉଚିତ୍ ନୁହେଁ ।
୩- ଘରେ ଓଲଟା ଚପଲ ଦେଖିଲେ ତାହା ଶୁଭ ନୁହେଁ । ତାହାକୁ ଠିକ୍ ଭାବେ ରଖିଦିଅନ୍ତୁ ।
୪-ଖାଇବା ସମୟରେ ଅଧିକ ଚୋବାଇ ଶବ୍ଦ କରି ଖାଆନ୍ତୁ ନାହିଁ ।
୫- ଡ୍ରେସ୍ ପିନ୍ଧିବା ସମୟରେ ପ୍ରଥମେ ବାମ ହାତ କିମ୍ବା ବାମ ଗୋଡ଼ରୁ ପିନ୍ଧିବା ଉଚିତ୍ । ଏହାର ଓଲଟା ଡ୍ରେସ୍ ପିନ୍ଧିଲେ ମଧ୍ୟ ଆର୍ଥିକ ସଙ୍କଟ ଦେଖାଦେଇଥାଏ ବୋଲି ଶାସ୍ତ୍ରପଣ୍ଡିତମାନେ କହିଥାନ୍ତି ।
୬- ରାତି ଶୋଇବା ସମୟରେ ରୋଷେଇ ଘର ଓ ଅଇଁଠା ବାସନ ସଫା କରିଦିଅନ୍ତୁ ।
୭- ସନ୍ଧ୍ୟା ହେବା ପରେ କାହାକୁ ଖିର କିମ୍ବା ଦହି ଦିଅନ୍ତୁ ନାହିଁ ।
୮- ସନ୍ଧ୍ୟା ସମୟରେ ଚଉରାରେ ଦୀପ ଦେବା ପରେ ଘର ଓଳାନ୍ତୁ ନାହିଁ ।