କେଉଁ ଆଙ୍ଗୁଠିରେ ତିଳକ କଲେ କ’ଣ ଲାଭ ହୋଇଥାଏ, ଜାଣନ୍ତୁ
ସାଧାରଣତଃ କୌଣସି ଶୁଭକାର୍ଯ୍ୟ ସମୟରେ କିମ୍ବା ପୂଜା ପରେ ମଥାରେ ତିଲକ୍ ଲଗାଇବାର ପରମ୍ପରା ରହିଛି । ଚନ୍ଦନ, ସିନ୍ଦୁର ଓ ହଳଦୀରେ ତିଲକ୍ କରାଯାଇଥାଏ । ତିଲକ ଲଗାଇବା ସମୟରେ କେଉଁ ଆଙ୍ଗୁଠି ବ୍ୟବହାର କଲେ, କ’ଣ ଲାଭ ମିଳିଥାଏ, ତାହା ଶାସ୍ତ୍ରରେ ବର୍ଣ୍ଣିତ । ତାହେଲେ ଆସନ୍ତୁ ଜାଣିବା –
ବୁଢା ଆଙ୍ଗୁଠି – ବୁଢ଼ା ଆଙ୍ଗୁଠିକୁ ଶୁକ୍ରଗ୍ରହ ସହିତ ଯୋଡ଼ା ଯାଇଛି । ତେଣୁ ଏହି ଆଙ୍ଗୁଠି ଦ୍ୱାରା ତିଲକ କଲେ ଆରୋଗ୍ୟ, ସୁଖସମୃଦ୍ଧି ଓ ବ୍ୟକ୍ତିତ୍ୱର ବିକାଶ ହୋଇଥାଏ ।
ତର୍ଜନୀ – ତର୍ଜନୀ ଆଙ୍ଗୁଠିରେ ତିଲକ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବେଦରେ ଲେଖାଯାଇଛି ।
ମଧ୍ୟମା – ମଧ୍ୟମା ଆଙ୍ଗୁଠିରେ ତିଲକ କଲେ ଆୟୁ ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି ।
ଅନାମିକା – ଅନାମିକା ଆଙ୍ଗୁଠି ଦ୍ୱାରା ତିଲକ କରିବା ଦ୍ୱାରା ମନ ଶାନ୍ତ ରହିଥାଏ ଏବଂ ଯଶପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।