ମୋଦୀଙ୍କ ‘ଲକି’ ଚେୟାର

ବିଜେପି ନେତାମାନେ କ୍ଷମତା ହାସଲ ପାଇଁ ଏବେ ଅନ୍ଧ ବିଶ୍ୱାର ଶୀକାର ହୋଇଛନ୍ତି। ଗୋଟିଏ ଚୌକିରେ ବସି କିଛି ର୍ୟାଲି କଲେ ଯେ ବଡ଼ ସଫଳତା ମିଳେ, ଆଉ ପ୍ରଧାନମନ୍ତ୍ରୀ ଆସନ ପାଇବା ସହଜ ହୋଇଯାଏ ଏପରି ଭାବନାକୁ ବିଜେପିର କାନପୁର ଶାଖାର କର୍ମକର୍ତ୍ତାମାନେ ପ୍ରଚଣ୍ଡ ବିଶ୍ୱାସ ରଖନ୍ତି। ଏକ କାଠ ଚୌକି ନରେନ୍ଦ୍ର ମୋଦୀଙ୍କ ଲାଗି ବଡ଼ ଲକି ବୋଲି ସେମାନଙ୍କର ଅଖଣ୍ଡ ରହିଛି।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ସେହି କାଠ ଚୌକିରେ ବସି ମୋଦୀ କିଛି ରାଲି କରିଥିବାରୁ ତାହା ତାଙ୍କୁ ପ୍ରଧାନମନ୍ତ୍ରୀ ଆସନ ଦେବାରେ ସହାୟକ ହୋଇଥିଲା ବୋଲି ସେମାନଙ୍କ ମନରେ ବିଶ୍ୱାସ ରହିଛି। ସେଇଥିପାଇଁ କାନପର ବିଜେପି ଶାଖାରେ ଘୋଡ଼ା ହୋଇ ରହିଥିବା ସେହି କାଠ ଚୌକିଟିକୁ ଗୁରୁବାର ସଫାସୁତୁରା କରାଯାଇ ଭଲ ଭାବରେ ପଲିସ କରିଦିଆଯାଇଛି।

ଆଜି ଏକାଧିକ ବିକାଶ ଯୋଜନାର ଶୁଭାରମ୍ଭ ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନପୁର ଆସୁଛନ୍ତି। କାନପୁର ବିଜେପି ଶାଖାର ଅନୁରୋଧ ରହିଛି ଯେ ରାଲି ସ୍ଥଳୀରେ ଏହି ଲକି ଚୌକିଟି ପଡ଼ିବ ଆଉ ସେଥିରେ ପ୍ରଧାନମନ୍ତ୍ରୀ ମୋଦୀ ବସିବେ। କାନପୁର ବିଜେପି ସଭାପତି ସୁରେନ୍ଦ୍ର ମୈଥାନି କହିଛନ୍ତି ଏହା ଏକ ଅତ୍ୟନ୍ତ ଲକି ଚେୟାର । ୨୦୧୩ ଅକ୍ଟୋବର ୧୯ରେ ଇନ୍ଦିରା ନଗରର ବିଜୟ ଶଙ୍ଖନାଦ ର୍ୟାଲିରେ ନରେନ୍ଦ୍ର ମୋଦୀ ଏଥିରେ ବସିଥିଲେ । ଏହାପରେ ୨୦୧୪ ଏପ୍ରିଲ ମାସରେ କୋଏଲା ନଗର ରାଲିରେ ପୁଣି ଥରେ ସେ ବସିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ହୋଇଥିୋଲ।

ଆଉ ୨୦୧୬ ଡିସେମ୍ୱର ମାସରେ ନିରଳାନଗର ରାଲିରେ ପ୍ରଧାନମନ୍ତ୍ରୀ ଏହି ଚୌକିରେ ବସିଥିବା କାରଣରୁ ୟୁପିରେ ଆମ ସରକାର ଗଢା ଗଲା ବୋଲି ଆମର ପୂର୍ଣ୍ଣ ବିଶ୍ୱାସ ରହିଛି। ଏହି ଚୌକି ଲକି ବୋଲି ଆମେ ଧାରଣା କରିବା ପରେ ତାହାକୁ ଟେଣ୍ଟ ହାଉସ ମାଲିକ ପାଖରୁ ଆମେ କିଣି ନେଇଛୁ ବୋଲି ସୁରେନ୍ଦ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *