ଅଧା ନିର୍ବାଚନ ଜିତିଗଲେ ମୋଦି

ସିଓଲ ଶାନ୍ତି ପୁରସ୍କାର ଗ୍ରହର କରିବା ପର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରିଆର ସୁପ୍ରସିଦ୍ଧ ଲୋକ କଥା ‘ଶିକାଗୀ ଭନିଦା’କୁ ସ୍ମରଣ କରିଥିଲେ। ଶିକାଗୀ ଭନିଦାର ଅର୍ଥ ହେଉଛି, ‘ଭଲ ଶୁଭାରମ୍ଭ ହେଲେ ଅଧା ଲଢ଼େଇ ଜିତି ହୋଇଯାଏ’। ଏହି କଥାକୁ କୋରିଆରେ ଶାନ୍ତି ପ୍ରକ୍ରିୟା ସଂଦର୍ଭରେ କହିଥିଲେ। କିନ୍ତୁ ସୁରକ୍ଷା ପ୍ରତିଷ୍ଠାନ ଏହାକୁ ଅଲଗା ଅର୍ଥରେ ଉଲ୍ଲେଖ କରିଥିଲା।

କିନ୍ତୁ ସବୁଠାରୁ ମହତ୍ତ୍ୱ କଥା ହେଉଛି, ଏହାର କିଛି ଦିନ ପରେ ୨୬ତାରିଖ ସକାଳେ ପାକିସ୍ତାନରେ ଥିବା ଆତଙ୍କୀ ଶିବିର ଉପରେ ଭାରତୀୟ ବାୟୁ ସେନା ଦ୍ୱାରା ଆକ୍ରମଣ ଘଟଣାର ଖବର ସମଗ୍ର ଭାରତରେ ପ୍ରଚାରିତ ହୋଇଥିଲା। ଦେଶରେ ଥିବା ମୋଦିଙ୍କ ପ୍ରଶଂସକମାନେ ଏହି ବିଦେଶୀ ଲୋକ କଥାକୁ ଦୋହରାଇବାରେ ଲାଗିଲେ।

ଆତଙ୍କବାଦ ଓ ଏହାର ସମର୍ଥକ ଥିବା ପାକିସ୍ତାନୀ ସରକାର ବିରୋଧରେ ତୁରନ୍ତ ଯୁଦ୍ଧ ଆମ ଦେଶର ଶାସକ ଦଳ ଥିବା ବିଜେପି ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଛି। କାରଣ ଦେଶରେ କିଛି ଦିନ ପରେ ନିର୍ବାଚନ ଘୋଷଣା ହେବ।

ଏୟାରଫୋର୍ସ ଆକ୍ରମଣ ଦ୍ୱାରା ମୋଦିଙ୍କ ବିଜୟ ସମ୍ଭାବନା ବଢ଼ିଲା

କିଛି ଦିନ ତଳେ ଦେଶର ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ଜନମତ ସର୍ଭେରେ ମୋଦି ବହୁମତ ପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। କାରଣ ମୋଦି ଗତ ୫ବର୍ଷରେ ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ତା ଦ୍ୱାରା ସେ ଲୋକପ୍ରିୟତା ହରାଉଥିଲେ। ତେଣୁ ଆଗାମୀ ନିର୍ବାଚନରେ କେଉଁ ପ୍ରସଙ୍ଗକୁ ଆଧାର କରି ନିର୍ବାଚନକୁ ଓହ୍ଲାଇବ ଓ ପୁଣି ମତଦାତାଙ୍କ ସମର୍ଥନ ପାଇବ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା।

୨୦୧୪ ନିର୍ବାଚନରେ ଦୁଇଟି ପ୍ରସଙ୍ଗ ଥିଲା। ତାହା ମଧ୍ୟରୁ ଗୋଟିଏ ହେଲା ୟୁପିଏ ସରକାର ବିରୋଧରେ କ୍ଷମତା ବିରୋଧି ଲହର । ଅନ୍ୟଟି ହେଉଛି ଆଶା ଓ ଆକାଂକ୍ଷା, ଯାହାକୁ ନରେନ୍ଦ୍ର ମୋଦି ସୃଷ୍ଟି କରିଥିଲେ। କିନ୍ତୁ ୨୦୧୯ରେ ନିର୍ବାଚନୀ ପ୍ରସଙ୍ଗ ଅନେକ ଭାଗରେ ବିଭକ୍ତ ହୋଇଛି। ତାହା ହେଲା ବେଜଗାର, କୃଷକମାନଙ୍କ ଅସନ୍ତୋଷ, ଜାତିଗତ ଗଣିତ ଓ ପ୍ରତିଶ୍ରୁତିକୁ ପାଳନ ନ କରିବା।

ମଙ୍ଗଳବାର ଦିନ ଭାରତୀୟ ବାୟୁସେନାର ଆକ୍ରମଣକୁ ସତର୍କତାର କରାଗଲା। ଏହି ଆକ୍ରମଣକୁ ‘ ଅଣ-ସୈନ୍ୟ ଐତିହାସିକ କାର୍ଯ୍ୟାନଷ୍ଠାନ’ ନାମ କରଣ କରାଯାଇ ଜୈଶ-ଇ ମୁହମ୍ମଦର ଆତଙ୍କୀ ପ୍ରଶିକ୍ଷଣ କ୍ୟାମ୍ପ ଉପରେ ଆକ୍ରମଣ କରାଗଲା। ଏହି ଆକ୍ରମଶ ଦେଶର ନିର୍ବାଚନ ପରିବେଶକୁ ସମ୍ପୁର୍ଣ୍ଣ ପରିବର୍ତ୍ତନ କରିଦେଇଛି।

ଏହି ଆକ୍ରମଣ ଘଟଣାରେ ପାକିସ୍ତାନକୁ ଅନ୍ଧକାରରେ ରଖିବାକୁ ଭାରତ ସଫଳ ହୋଇଛି। ଆତ୍ମ ରକ୍ଷା ଅଧିକାର ନାମରେ ପ୍ରତିଶୋଧ ନେବାର ଅଧିକାରରେ ପରିଣତ କରି ଇସଲାମବାଦ ସହିତ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିନଥିଲା।

ନିର୍ବାଚନ କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ହେଉଛି। ଆଗାମୀ ନିର୍ବାଚନରେ ମୋଦି ଅନ୍ୟମାନଙ୍କଠାରୁ ନିଶ୍ଚିତ ଆଗରେ ରହିବେ। କାରଣ ମୋଦି ଗତକାଲି ସର୍ଜିକାଲ ଷ୍ଟ୍ରାଇକ-୨ ପରେ ରାଜସ୍ଥାନରେ ଯେପରି ‘ସୌଗନ୍ଧ ମୁଝେ ହେ ଇସ‍୍‌ ମିଟି କି, ମେ ଦେଶ ନହିଁ ମିଟନେ ଦୁଗାଁ’ ବୋଲି ଜନସଭାରେ କହିଛନ୍ତି ତାହା ମତଦାତାଙ୍କୁ ନିଶ୍ଚିତ ପ୍ରଭାବିତ କରିବ।

ସର୍ଜିକାଲ ଷ୍ଟ୍ରାଇକ-୨ର ସଫଳତା ପରେ ମୋଦିଙ୍କର ଭାଷଣ ଶୈଳୀ ମଧ୍ୟ ନିର୍ବାଚନରେ ଭାବନାତ୍ମକ ଆଧାର ହେବ। ଫଳରେ ଗତ କିଛି ଦିନ ତଳେ ପ୍ରଭାବ ପକାଉଥିବା ରେଜଗାର, ସାମାଜିକ ସୁରକ୍ଷା ପ୍ରସଙ୍ଗକୁ ଦେଶର ସୁରକ୍ଷା ପ୍ରସଙ୍ଗ ଶକ୍ତିହୀନ କରିଦେବ। କାରଣ ବିଜେପିର ନିର୍ବାଚନ ପ୍ରଚାରରେ ସର୍ଜିକାଲ ଷ୍ଟ୍ରାଇକ-୨ର ସଫଳତା ବହୁଳ ଭାବରେ ବ୍ୟବହାର କରାଯିବାର ସମ୍ଭାବନା ରହିଛି।

ଗତ କିଛିଦିନ ହେଲା ଯେଉଁମାନେ ମୋଦିଙ୍କର ବିକଳ୍ପ କଥା କହିବା ଆରମ୍ଭ କରିଥିଲେ, ସେମାନେ ଆଗାମୀ ଦିନରେ ନିର୍ବାଚନ ପ୍ରଚାର ସମୟରେ ଦୃଢ଼ ମନୋବଳ ସହିତ ମୋଦିଙ୍କୁ ବଦନାମ କରିବାର ସାହସ ଏକାଠି କରିପାରିବେ ନାହିଁ। କାରଣ ଯେତେ ବଡ଼ ସମସ୍ୟା ହେଲେ ବି ମୋଦି ଦୃଢ଼ ମନୋବଳ ସହିତ ତାର ମୁକାବିଲା କରିବାରେ ସମର୍ଥ ବୋଲି ବିଜେପି ପକ୍ଷରୁ ଲୋକମାନଙ୍କ ଆଗରେ ଉପସ୍ଥାପିତ କରାଯିବ।

୧୪ ଫେବ୍ରୁଆରି ପରେ ବିରୋଧି କଂଗ୍ରେସ କିଛି ଦିନ ନିରବ ରହି ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ସମୟରେ ମୋଦି ଫଟୋ ସୁଟରେ ବ୍ୟସ୍ତ ଥିଲେ ବୋଲି ସମାଲୋଚନା କରିଥିଲା। ଏହାର ଦୁଇ ଦିନ ପରେ ମଙ୍ଗଳବାର ଦିନ ଜୈଶ-ଇ-ମୁହମ୍ମଦ ଆତଙ୍କୀ ଶିବିରରେ ଯେପରି ବୋମା ମାଡ଼ କରାଗଲା ତାହା ପରେ ବିରୋଧି ଦଳମାନେ ଏହି ଘଟଣାରେ ସରକାର ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବା କଷ୍ଟକର ହୋଇପଡ଼ିବ।

ସବୁ ରାଜନେତା ଚିନ୍ତାରେ; ସେନାର ପ୍ରଶଂସାରେ ଶତମୁଖ

ସର୍ଜିକାଲ ଷ୍ଟ୍ରାଇକ-୨ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତୁରନ୍ତ ଟୁଇଟ ମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଥିଲେ। ଏଥିରେ ସେ ଭାରତୀୟ ବାୟୁସେନାକୁ ସାଲ୍ୟୁଟ କରିଥିଲେ। ଏହା ପରେ ବିରୋଧି ନେତାମାନଙ୍କର ଚିନ୍ତା ଆରମ୍ଭ ହୋଇଯାଇଛି। ମୋଦିଙ୍କ ସହିତ ସମକକ୍ଷ ହେବା ଓ ପୁଲୱାମା ପୂର୍ବରୁ ଯେପରି ମୋଦି ବିରୋଧି ଲହର ଥିଲା ତାହାକୁ ପୁଣି ଆଣିବା ପାଇଁ ବିରୋଧି ଦଳମାନଙ୍କୁ ସଂଘର୍ଷ କରିବାକୁ ପଡ଼ିବ।

ରାଷ୍ଟ୍ରବାଦକୁ ଭଲ ପାଉଥିବା ନେତାମାନଙ୍କର ମନୋବଳ ବହୁତ ବୃଦ୍ଧି ପାଇବ। ଯେଉଁ ନେତାମାନେ ସଂଯମ ରହିବେ ଯଦି ସେମାନଙ୍କୁ ବିରୋଧି ଦଳ ଟାର୍ଗେଟ କରେ ତେବେ ମତଦାତାମାନେ ସେମାନଙ୍କୁ ଉଚିତ ଜବାବ ଦେବେ।

ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ବିରୋଧରେ କେବଳ ମୋଦି ସୈନ୍ୟ ଶକ୍ତିର ବ୍ୟବହାର କରି ପାରିବେ ବୋଲି ବିଜେପି ପକ୍ଷରୁ ନିର୍ବାଚନ ପ୍ରଚାରରେ ମତଦାତାଙ୍କ ଆଗରେ ଉପସ୍ଥାପିତ କରାଯିବ। କାରଣ ପାକିସ୍ତାନୀ ସରକାର ଆତଙ୍କବାଦୀଙ୍କ ଶରଣଦାତା ବୋଲି ଜନସାଧାରଣଙ୍କ ମନରେ ଧାରଣା ରହିଛି। ୨୬/୧୧ ଆକ୍ରମଣ ବେଳେ କଂଗ୍ରେସ ନେତୃତ୍ୱାଧିନ ସରକାର ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ନର୍ଣ୍ଣୟ କରିବାରେ ଅକ୍ଷମ ବୋଲି ମଧ୍ୟ ଲୋକଙ୍କ ମନରେ ଧାରଣା ରହିଛି। ଏହିସବୁ ନେତା ଓ ଆତଙ୍କବାଦୀଙ୍କୁ ବୁଦ୍ଧି ଶିଖାଇବା ପାଇଁ ମୋଦି ସ୍ଥିର କରିଛନ୍ତି ବୋଲି ଧାରଣା ସୃଷ୍ଟି ହେଲାଣି।

Leave a Reply

Your email address will not be published.