ନିର୍ବାଚନ : ୩୦୦ ରାଲିରେ ଭାଷର ଦେବେ ମୋଦି
ନିର୍ବାଚନ ପୂର୍ବରୁ ଯେପରି ଭାବେ ବରିଷ୍ଠ ବିଜେପି ନେତାମାନେ ରୋଗାଗ୍ରସ୍ତ ହେଲେଣି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତାଗ୍ରସ୍ତ ହୋଇପଡ଼ିଲେଣି। ଆଗାମୀ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ମୋଦି ଅଣ୍ଟାଭିଡ଼ି ବାହାରିଲେଣି। ନିର୍ବାଚନ ଭିତରେ ପ୍ରଧାନମନ୍ତ୍ରୀ ମୋଦି ୩ଶହରୁ ଅଧିକ ଜନସଭାରେ ଭାଷଣ ଦେଇ ନିଜ ସରକାରର ବିଗତ ୫ବର୍ଷର ହିସାବ ଦେବା ସହିତ ଆଗାମୀ ନିର୍ବାଚନ ପାଇଁ ସମର୍ଥନ ଲୋଡ଼ିବେ ବୋଲି ରଣନୀତି ପ୍ରସ୍ତୁତ କରିଛନ୍ତି। କେବଳ ଜନସଭା, ରାଲି ନୁହେଁ ନିଜ ମୋବାଇଲ ଆପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ସମ୍ୱୋଧନ କରିବାର ଯୋଜନା ରଖିଛନ୍ତି।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ରୋଗାଗ୍ରସ୍ତ ହୋଇ ଚିକିତ୍ସାଧିନ ଥିବାରୁ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ଘୋଷଣା ହେବା ପର୍ଯ୍ୟନ୍ତ ନିଜର କାର୍ଯ୍ୟକ୍ରମ ପ୍ରଚାର କରିସାରିଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ବ୍ୟାପକ ଶିଳାନ୍ୟାସ ଓ ପ୍ରକଳ୍ପମାନଙ୍କର ଉଦଘାଟନ କରିବେ। ନିର୍ବାଚନ ଘୋଷଣା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ୯୦ଟି ଜନସଭାକୁ ସମ୍ୱୋଧନ କରିବେ ବୋଲି ଜଣାପଡ଼ିଛି। ନିର୍ବାଚନ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଦଳ ପକ୍ଷରୁ ପ୍ରାୟ ୩୦୦ ରାଲିକୁ ସମ୍ୱୋଧନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।