କ’ଣ କହୁଛି ମୋଦୀ ଏବଂ ରାହୁଲଙ୍କ ଜନ୍ମକୁଣ୍ଡଳୀ
ଜନ୍ମକୁଣ୍ଡଳୀରେ ଗ୍ରହମାନଙ୍କ ସ୍ଥିତି କୌଣସି ବ୍ୟକ୍ତିଙ୍କ ସାଂସାରିକ ଜୀବନ ସଫଳତା ଓ ବିଫଳତାକୁ ଖାଲି ଉଲ୍ଲେଖ କରି ନଥାଏ, ବରଂ ସେମାନଙ୍କ ସ୍ୱଭାବ ଏବଂ ମାନସିକ ସ୍ଥିତି ସମ୍ପର୍କରେ ମଧ୍ୟ ଅନେକ କିଛି କହିଥାଏ। ୨୦୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ରାହୁଲ ଗାନ୍ଧୀ ଏବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମକୁଣ୍ଡଳୀ ଏପରି ଅନେକ କଥା କହୁଛି।
ରାହୁଲଙ୍କ କୁଣ୍ଡଳୀ

ରାହୁଲ ଗାନ୍ଧୀଙ୍କ ଜନ୍ମ ୧୯ ଜୁନ ୧୯୭୦ ଅପରାହ୍ନ ୨ଟା ୨୮ମିନିଟରେ ଦିଲ୍ଲୀରେ ହୋଇଥିଲା। ତାଙ୍କ କୁଣ୍ଡଳୀ ବର୍ଗୋତମ ତୁଳା ଲଗ୍ନ ହୋଇଥିଲା ବେଳେ ଏଠାରେ ଲଗ୍ନ ଗୁରୁ ମଧ୍ୟ ତୁଳା ରାଶିରେ ବର୍ଗୋତମ ହୋଇ ତାଙ୍କୁ ଏକ ସୌମ୍ୟ ବ୍ୟକ୍ତିତ୍ୱ ପ୍ରଦାନ କରୁଛନ୍ତି। ଶୁଭଗ୍ରହ ଲଗ୍ନରେ ଥିବା କାରଣରୁ ତାଙ୍କ ମୁହଁରେ ଏକ ପିଲାଳିଆମୀ ଏବଂ ସାଧାରଣ ଭାବ ଦେଖିିବାକୁ ମିଳେ। ରାହୁଲଙ୍କ କୁଣ୍ଡଳୀରେ ବୁଦ୍ଧି ସ୍ଥାନ ଅର୍ଥାତ ୫ମରେ ରାହୁ ରହିଛି।
ଲଗ୍ନରୁ ୫ମରେ ଦୁର୍ବଳ ରାହୁ କାରଣରୁ ସେ ନିୟମିତ ବିରୋଧୀଙ୍କ ଟାର୍ଗେଟରେ ରହୁଛନ୍ତି ଏବଂ ବିରୋଧୀ ତାଙ୍କୁ ଜଣେ ଭ୍ରମିତ ନେତା ଭାବେ ଉପସ୍ଥାପିତ କରୁଛନ୍ତି। ରାହୁଲ ଗାନ୍ଧୀଙ୍କ କୁଣ୍ଡଳୀରେ ବାଣୀ ସ୍ଥାନର ସ୍ୱାମୀ ମଙ୍ଗଳ ୯ମ ସ୍ଥାନରେ ସୂର୍ଯ୍ୟଙ୍କ ସହ ମିଥୁନ ରାଶିରେ ଅସ୍ତ ହୋଇ ବସିଛନ୍ତି। ବାଣୀର କାରକ ଗ୍ରହ ବୁଧରାଶି ଏବଂ ନବାଂଶ ଉଭୟ ଅଷ୍ଟମ ସ୍ଥାନରେ ରହୁଥିବାରୁ ନିୟମିତ ଭାଷଣ ଦେବା ସମୟରେ ତାଙ୍କ ପାଟିରୁ କିଛି ଭୁଲଭାଲ କଥା ଖସିଯାଇଥାଏ।
କୁଣ୍ଡଳୀରେ ଚନ୍ଦ୍ରମା ଧନୁ ରାଶିରେ କେମଦ୍ରୁମ ଯୋଗରେ ରହିଛନ୍ତି। ଚନ୍ଦ୍ରମାର ଉଭୟ ଏବଂ ଏଥିରେ ଅନ୍ୟ ଗ୍ରହ ନଥିବା କାରଣରୁ ରାହୁଲ ଗାନ୍ଧୀଙ୍କୁ ଅନେକ ଥର ଦଳର ବାହାରେ ଏବଂ ଭିତରେ ମଧ୍ୟ ବିରୋଧୀଙ୍କ ସମ୍ମୁଖୀନ ହେବାକୁ ପଡ଼ୁଛି। କଂଗ୍ରେସ ଦଳର କିଛି ନେତାଙ୍କ ତ୍ରୁଟିପୂର୍ଣ୍ଣ ବୟାନବାଜି ଅନେକ ସମୟରେ ରାହୁଲଙ୍କୁ ମହଙ୍ଗା ପଡ଼ିଛି। ତୁଳା ଲଗ୍ନରେ ତାଙ୍କର କୁଣ୍ଡଳୀରେ ଦଶାମେସ ଚନ୍ଦ୍ରମାରେ କେମଦ୍ରୁମ ଯୋଗ ନହେବା କାରଣରୁ ରାହୁଲ ଗାନ୍ଧୀଙ୍କୁ ନିଜ ଦଳର ଦୁର୍ବଳ ସଂଗଠନକୁ ଆଗକୁ ଚଲାଇବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।
ବର୍ତ୍ତମାନ କୁଣ୍ଡଳୀରେ ଧନୁ ରାଶି ଉପରେ ଶନି ଏବଂ କେତୁ ଗୋଚର କରୁଥିବାରୁ ଏବଂ ଏହା ଏକବର୍ଷ ପର୍ଯ୍ୟନ୍ତ ରହୁଥିବାରୁ ରାହୁଲଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ କଠିନ ପରିସ୍ଥିତିରେ ପକାଇପାରେ। ୫ମ ସ୍ଥାନରେ ରାହୁ, ୭ମରେ ତଳେ ବସିଥିବା ଶନି ଏବଂ ୯ମରେ ସୂର୍ଯ୍ୟ ଓ ମଙ୍ଗଳ ରାହୁଲଙ୍କୁ ବିବାହ ସୁଖରୁ ବଞ୍ଚିତ କରୁଛି। ତେବେ କୁଣ୍ଡଳୀରେ ରାହୁର ବିଶୋଂତରୀ ଦଶା ଏପ୍ରିଲ ମାସରୁ ଆରମ୍ଭ ହେଉଥିବାରୁ ଏହାଦ୍ୱାରା ରାହୁଲ ଜଣେ ମଜଭୁତ ବିରୋଧୀ ନେତା ଭାବେ ଆଗକୁ ବଢ଼ିବେ। ହେଲେ କ୍ଷମତାକୁ ଆସିବା ପାଇଁ ତାଙ୍କୁ ଆହୁରି ଅନେକ ସମୟ ଅପେକ୍ଷା କରିବାକୁ ପଡ଼ିବ।
ମୋଦୀଙ୍କ କୁଣ୍ଡଳୀ

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ସେପେମ୍ୱର ୧୭, ୧୯୫୦ ଅପରାହ୍ନ ୧୨.୯ମିନିଟରେ ଗୁଜରାଟର ମେହସାଣରେ ହୋଇଥିଲା। ମୋଦୀଙ୍କ କୁଣ୍ଡଳୀ ବର୍ଗୋତମ ବୃଷ ଲଗ୍ନ ଅଟେ। ମୋଦୀଙ୍କ ଜନ୍ମ ଲଗ୍ନର ତଳେ ଚନ୍ଦ୍ର ଏବଂ ମଙ୍ଗଳଙ୍କ ଯୋଡ଼ି ରହିଥିବାରୁ ଏହା ତାଙ୍କୁ ଏକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବେ ଉପସ୍ଥାପିତ କରେ।
ବାଣୀ ସ୍ଥାନରେ ସ୍ୱାମୀ ଗୁରୁ ବକ୍ର ହୋଇ ମଙ୍ଗଳ, ଶନି ଏବଂ ଶୁକ୍ର ଆଡ଼କୁ ଥିବାରୁ ଏହା ତାଙ୍କୁ ଏକ ଚତୁର ବକ୍ତା ବନାଇଛି। ତେବେ ଗୁରୁ ବକ୍ର ହେବା ଏବଂ ପାପଗ୍ରହରୁ ଧୃଷ୍ଟ ହେବା କାରଣରୁ ଅନେକ ସମୟରେ ମୋଦୀ ନିଜ ଭାଷଣରେ ତଥ୍ୟକୁ ବୁଲେଇ ବଗ୍ଧେଇ ବିରୋଧୀଙ୍କ ଉପରେ କଡ଼ା ହାମଲା କରୁଛନ୍ତି।
ମୋଦୀଙ୍କ କୁଣ୍ଡଳୀରେ ବିବାହ ସ୍ଥାନ ଅର୍ଥାତ ୭ମ ସ୍ଥାନରେ ମଙ୍ଗଳ ଏବଂ ଶନି ବିରାଜମାନ ଥିବାରୁ ଏହା ତାଙ୍କୁ ବୈବାହିକ ଓ ପାରିବାରିକ ସୁଖରୁ ବଞ୍ଚିତ ରଖୁଛି ଏବଂ ୫ମ ସ୍ଥାନରେ ଗୁରୁଙ୍କ ରାଶି ମୀନରେ ଥିବା ରାହୁ କାରଣରୁ ସୂର୍ଯ୍ୟ ଏବଂ କେତୁଙ୍କ ଦୃଷ୍ଟି ତାଙ୍କୁ ଗୁପ୍ତ ରୂପରେ ନୀତି ନିର୍ମାଣ କରୁଥିବା ଜଣେ ରାଜନେତା ଭାବେ ଅବିହିତ କରୁଛି।
ନୋଟବନ୍ଦୀ, ସର୍ଜିକାଲ ଷ୍ଟ୍ରାଇକ, ମିଶନ ଶକ୍ତି ଆଦି ବଡ଼ବଡ଼ ଘଟଣାକୁ ସେ ସଫଳ କରି ସମସ୍ତଙ୍କୁ ଚକିତ କରିଛନ୍ତି। ବର୍ତ୍ତମାନ ଚନ୍ଦ୍ରମାରେ ଶୁକ୍ରଙ୍କ ବିଂଶୋତରୀ ଦଶା ମୋଦୀ ସରକାରକୁ ପୁଣି ଥରେ କ୍ଷମତାକୁ ଆଣିପାରେ।
କୁଣ୍ଡଳୀ ଅନୁସାରେ ଏଥର ମୋଦୀ ବିଜେପିର ରାସ୍ତା ୨୦୧୪ ଭଳି ସହଜ ହେବାକୁ ଯାଉ ନାହିଁ। ଅନ୍ତର୍ଦଶା ସ୍ୱାମୀ ଶୁକ୍ର ମୋଦୀଙ୍କ କୁଣ୍ଡଳୀରେ ଶତ୍ରୁ ରାଶି ସିଂହ ସହ ବର୍ଗୋତମ ହୋଇ କ୍ଷମତାର ସ୍ଥାନ ୧୦ମରେ ବସିଛନ୍ତି।
ଲୋକସଭା ନିର୍ବାଚନରେ କମ ଆସନ ମିଳିବା କାରଣରୁ ତାଙ୍କ ଦଳକୁ ନିର୍ବାଚନ ପରେ ସରକାର ଗଠନ ପାଇଁ ନୂଆ ସହଯୋଗୀଙ୍କ ଆବଶ୍ୟକ ପଡ଼ିବ। ଯେଉଁ କାରଣରୁ ବହୁମତର ସରକାର ଚଳାଇ ବଡ଼ବଡ଼ ନିଷ୍ପତ୍ତି ନେଉଥିବା ନରେନ୍ଦ୍ର ମୋଦୀଙ୍କୁ ମେଣ୍ଟର ବାଧ୍ୟବାଧକତା ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ।