ରାହୁଲ ଆଉଟ : ନୀବନ-ମୋଦୀ ଲଢ଼େଇ
ଚଳିତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ପ୍ରଚାର ହେଉଛି ତାହା ମତଦାତାମାନଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇଛଉି। ରାଜ୍ୟର ନିର୍ବାଚନ ଲଢ଼େଇରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଉଟ ହେଇଯିବା ପରେ ଏବେ ମୋଦୀ ଆଉ ନବୀନଙ୍କ ଭିତରେ ଲଢ଼େଇ ହେଉଛି।
ମୋଦୀ ଥିଲେ ଥିଲେ ନିର୍ବାଚନର ଶେଷ ବେଳକୁ ଏମିତି ବାଣ ମାରିଦେଇଗଲେ ଯେ, ନପଙ୍କ ମୁଣ୍ଡ ଗୋଳମାଳିଆ ହୋଇଯାଇଛି। କିନ୍ତୁ ନବୀନ କୋଉ କମ୍ ଖେଳୁଆଡ କି? ତାଙ୍କ ପାଖରେ ଥିବା ପରାମର୍ଶଦାତାମାନେ ବୁଝେଇ ଦେଲେଣି ଯେ, ୩ଟି ପର୍ଯ୍ୟାୟ ନିର୍ବାଚନରୁ ୮୭ ଆସନ ବିଜେଡିକୁ ମିଳିସାରିଲାଣି। ଆଉ ଡ଼ରଭୟ ନାହିଁ।
ଯଦି ମ୍ୟାଜିକ ଫିଗରଠାରୁ ଭୋଟ ନସରୁଣୁ ବିଜେଡିକୁ ଆହୁରି ୧୨ଟି ଅଧିକ ସିଟ ମିଳିଗଲାଣି, ତେବେ ଆଉ ବୁଲାବୁଲି କରି ପ୍ରଚାର କରିବା ଦରକାର କ’ଣ? ଯେତିକି ଆସିବ ସିଏ ତ ବଳକା। ପରାମର୍ଶଦାତାଙ୍କ କଥାକୁ ବିଶ୍ୱାସ କରି ମୁଖିଆ ବି କହିଦେଲେଣି ସରକାର ହେଇଗଲାଣି। ଖାଲି ଶପଥ ନବାବାକି ଅଛି।
ନବୀନ ପଟ୍ଟନାୟକଙ୍କୁ ଅନ୍ଧାରରେ ରଖି ଏଥର କିଛି ନେତା ଓ ଅଫିସର ସତରେ ମାଲେମାଲ ହେଇଗଲେ। ଶୁଣିବାକୁ ମିଳୁଛି ଯେ, ଶପଥ ଗ୍ରହଣ ଉତ୍ସବରେ ନବୀନ ପଟ୍ଟନାୟକ କ’ଣ ପଢିବେ ତାହା କୁଆଡେ ଲେଖାଯାଇ ସାରିଲାଣି।