୨୯ରେ ପ୍ରଧାନମନ୍ତ୍ରୀ ଜୟପୁର ଆସିବେ
ନିର୍ବାଚନ ପ୍ରଚାରରେ ଆସନ୍ତା ୨୯ରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେଉଥିବା କୋରାପୁଟର ଜୟପୁରକୁ ଆସି ସେଠାରେ ନିର୍ବାଚନ ସଭାରେ ଭାଷଣ ଦେବେ। ଗତ ୮ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ନିର୍ବାଚନ ଘୋଷଣା ବୋଲି କୁହାଯାଉଛି। ଦକ୍ଷିଣ ଓଡିଶାରୁ ମୋଦି ତାଙ୍କର ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ।
ଓଡ଼ିଶା ପାଇଁ ୧୦ଟି ଆସନ ଲାଗି ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଜୁଏଲ ଓରାମ, କେନ୍ଦ୍ରାପଡ଼ା ପାଇଁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ଆସନ ପାଇଁ ଅପରାଜିତା ଷଡ଼ଙ୍ଗୀ, କେନ୍ଦୁଝର ପାଇଁ ଅନନ୍ତ ନାୟକ, ବଲାଙ୍ଗୀର ପାଇଁ ସଙ୍ଗୀତା ସିଂହଦେଓ, ବ୍ରହ୍ମପୁର ପାଇଁ ଭୃଗୁ ବକ୍ସିପାତ୍ର, ନବରଙ୍ଗପୁର ପାଇଁ ବଳଭଦ୍ର ମାଝୀ, ଢେଙ୍କାନାଳ ପାଇଁ ରୁଦ୍ର ନାରାୟଣ ପାଣି, ଆସିକା ପାଇଁ ଅନୀତା ପ୍ରିୟଦର୍ଶନୀ, ବାଲେଶ୍ୱର ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଘୋଷଣା କରାଯାଇଛି।