ମୋଦି ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି : ନବୀନ
ରାହୁଲ ଗାନ୍ଧୀ ଏଯାଏଁ ରାଜନୀତିରେ ପରିପକ୍ଵ ହୋଇନାହାନ୍ତି
ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି। ସେହିଭଳି ରାହୁଲ ଗାନ୍ଧୀ ଏଯାଏଁ ରାଜନୀତିରେ ପରିପକ୍ଵ ହୋଇନାହାନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ଦେଉଥିବା ସାକ୍ଷାତକାରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଟିପ୍ପଣୀ ଦେଇଛନ୍ତି।
ନବୀନଙ୍କ ମତରେ ଦେଶର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ଅଟଳ ବିହାରୀ ବାଜପେୟୀ ଜଣେ ଥିଲେ। ମୋଦି ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ଫେଲ ମାରିଛନ୍ତି। ବିଶେଷ କରି ନିଯୁକ୍ତି, ଚାଷୀଙ୍କ ସମସ୍ୟା ଏବଂ ଜଳସେଚନ ନେଇଥିବା ପ୍ରତିଶ୍ରୁତିକୁ ପୂରଣ କରିନାହାନ୍ତି।
ସେହିଭଳି ଏଆଇସିସି ଅଧକ୍ଷ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ଯେ ସେ ଏଯାଏଁ ରାଜନୀତିରେ ପତିପକ୍ଵ ହୋଇନାହାନ୍ତି।