ଆମେରିକାରେ ଜେଟଲୀ; ଏମ୍ସରେ ଶାହା : ଚିନ୍ତାରେ ମୋଦି

ଲୋକସଭା ନିର୍ବାଚନ ଠିକ୍ ପୂର୍ବରୁ ମୋଦିଙ୍କ ବାମ ଓ ଡ଼ାହାଣ ହାତ କୁହାଯାଉଥିବା ଅମିତ୍ ଶାହା ଓ ଅରୁଣ ଜେଟଲୀ ଏବେ ଡ଼ାକ୍ତରଖାନାରେ। କିପରି ନିର୍ବାଚନ ପ୍ରଚାର ହେବ ଓ କିଏ ପ୍ରଚାର ମଙ୍ଗ ଧରିବ ତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ସ୍ୱାଇନଫ୍ଲୁରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିବାବେଳେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅରୁଣ ଜେଟଲୀ ଆମେରିକା ଗସ୍ତରେ ଅଛନ୍ତି। ଏହାଛଡ଼ା ପାର୍ଟିର ଅନେକ ବରିଷ୍ଠ ନେତା ଏବେ ରୋଗାକ୍ରାନ୍ତ ହୋଇ ଚିକିତ୍ସାଧିନ ଅଛନ୍ତି। ଏହି ରୋଗାକ୍ରାନ୍ତ ନେତାମାନଙ୍କ ପାଇଁ ମୋଦି ଏବେ ପ୍ରଚାର ଚିନ୍ତାରେ ଭାରାକ୍ରାନ୍ତ ହୋଇପଡ଼ିଛନ୍ତି।

ଅରୁଣ ଜେଟଲୀ ଆମେରିକାରେ

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏବେ ଆମେରିକା ଗସ୍ତରେ ଅଛନ୍ତି। ତାଙ୍କ ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଏକା ସପ୍ତାହ ପରେ ଭାରତ ଫେରି ଆସିବେ। ଜେଟଲୀଙ୍କର ସ୍ୱାସ୍ଥ୍ୟ ଖରାପ ଥିବା ପରେ ବି ସେ ସୋଶାଲ ମିଡ଼ିଆରେ ସକ୍ରିୟ ଅଛନ୍ତି। ସୋଶଲ ମିଡିଆ ମାଧ୍ୟମରେ ସେ ମୋଦିଙ୍କ ବିରୋଧିଙ୍କୁ କଡ଼ା ସମାଷଳାଚନା କରିବାରେ ହେଲା କରୁନାହାନ୍ତି। ଗତବର୍ଷ ତାଙ୍କ ଶରୀରରେ କିଡ଼ନୀ ପ୍ରତ୍ୟାରୋପଣ କରାଯାଇଛି।

ଅମିତ୍ ଶାହା

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାହାଣ ହାତ କୁହାଯାଉଥିବା ଅମିତ୍ ଶାହା ସ୍ୱାଇନ ଫ୍ଲୁରେ ଏବେ ପୀଡ଼ିତ ହୋଇଛନ୍ତି। ସେ ଏବେ ଏମ୍ସରେ ଚିକିତ୍ସାଧିନ ଅଛନ୍ତି। ତାଙ୍କର ସମସ୍ତ ପ୍ରଚାର କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଖୁବ‍୍‌ ଶୀଘ୍ର ଭଲ ହୋଇଯିବ ଓ ସେ ଡ଼ାକ୍ତରଖାନାରୁ ଛୁଟି ପାଇବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ରବି ଶଙ୍କର ପ୍ରସାଦ

ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ନାକରୁ ରକ୍ତ ପଡ଼ୁଥିବାରୁ ସେ ମଧ୍ୟ ଏମ୍ସରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଏମ୍ସରେ ଘରୋଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କୁ ଡ଼ାକ୍ତରଖାନାରୁ ଛୁଟି କରାଯାଇଛି।

ରାମ ଲାଲ

ବିଜେପିର ସଂଗଠନ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ରାମ ଲାଲ ମଧ୍ୟ ଏବେ ଜ୍ୱରରେ ପୀଡ଼ିତ ହୋଇ ନୋଇଡ଼ା ସ୍ଥିତ କୈଳାଶ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମନୋହାର ପାରିକର

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଏମ୍ସରେ ଭର୍ତ୍ତି ହୋଇଥିଲେ। ୨୦୧୮ ଅକ୍ଟୋବର ୧୪ରେ ପାରିକର ଏମ୍ସରୁ ଛୁଟି ହୋଇ ଗୋଆ ଯାଇଥିଲେ। ଏହା ପରେ ସେ ନାକରେ ଅକ୍ସିଜେନ ପାଇପ ଲଗାଇ ସରକାରୀ କାମ କରୁଥିବା ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *