ବିଜେପି ବିଧାୟକଙ୍କ ବୟାନ : ମୋଦି ଜାତିବାଦୀ ରାଜନୀତି କରୁଛନ୍ତି

ଭାରତୀୟ ଜନତା ପାର୍ଟିର ବିଧାୟକ ରାଜବୀର ସିଂହ ଆଜି ଏକ ବଡ଼ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିବାଦୀ ରାଜନୀତି କରୁଛନ୍ତି। ବିଜେପି ବିଧାୟକ ରାଜବୀରଙ୍କ କହିବା କଥା ‘ସେ ଜାତିବାଦୀ ରାଜନୀତି କରନ୍ତି ନାହିଁ; ଯାହାକି ତାଙ୍କ ପ୍ରଧାନମନ୍ତ୍ରୀ କରୁଛନ୍ତି’। ଭାରତୀୟ ଜନତା ପାର୍ଟିର ବିଧାୟକ ରାଜବୀର ସିଂହ ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲା ଅନ୍ତର୍ଗତ ଇଗଲାସ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଗତ ମଙ୍ଗଳବାର ଦିନ ‘ଉଜ୍ୱଳା ଯୋଜନା’ରେ ହିତାଧିକାରୀମାନଙ୍କୁ ରୋଷେଇ ଗ୍ୟାସ ସିଲିଣ୍ଡର ପ୍ରଦାନ କରିବା ଅବସରରେ ଏକଥା ବିଧାୟକ ରାଜବୀର ସିଂହ କହିଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି।

ଏହି କାର୍ଯ୍ୟକ୍ରମରେ ବିଜେପି ବିଧାୟକ ରାଜବୀର କହିଛନ୍ତି, ‘ କିଏ ହିନ୍ଦୁ, କିଏ ମୁସଲମାନ ମୁଁ ଦେଖେ ନାହିଁ। କେତେକ ଲୋକ ଭାବୁଛନ୍ତି ଯଦି ବିଜେପି ପୁଣି ଥରେ କ୍ଷମତାକୁ ଆସିବ ତେବେ ଆମ ଉପରେ କି ଅତ୍ୟାଚାର କରିବ। କିନ୍ତୁ ଏପରି ହେବ ନାହିଁ। ବିଜେପି ସରକାର ସବକା ସାଥ-ସବକା ବିକାଶ ଚାହୁଛି’। ରାଜବୀର କହିବା ଅନୁସାରେ ବିଜେପି ପାଇଁ ସମସ୍ତ ଜାତି ଓ ସମସ୍ତ ଧର୍ମର ଲୋକ ସମାନ। ବିଜେପି କ୍ଷମତା ପାଇଁ କାହା ସହିତ ଭେଦଭାବ କରେ ନାହିଁ ବୋଲି ବିଜେପି ବିଧାୟକ କହିଛନ୍ତି।

Leave a Reply

Your email address will not be published.