ମୋଦିଙ୍କ ଦ୍ଵିତୀୟ ଶାସନ: କିଏ ହେବ ମନ୍ତ୍ରୀ ସେ ନେଇ ତୁହାକୁ ତୁହାର ବୈଠକ

ନରେନ୍ଦ୍ର ମୋଦିଙ୍କ ଦ୍ଵିତୀୟ ଇନିଂସ ତଥା ଶାସନ ଆସନ୍ତା କାଲି ଗୁରୁବାରଠୁ ଆରମ୍ଭ ହେବ। ଏନେଇ ବିଭିନ୍ନ ସ୍ତରରେ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ହେଲେ କିଏ ହେବେ ମନ୍ତ୍ରୀ, କାହାକୁ ମିଳିବ କେଉଁ ପଦବୀ ସେ ନେଇ ଚାଲିଛି ତୁହାକୁ ତୁହା ଚର୍ଚା ଓ ବୈଠକ। ବିଶେଷ କରି ସହଯୋଗୀ ଦଳମାନଙ୍କୁ ମୋଦି ସରକାର କିପରି ପଦବୀ ବଣ୍ଟନ କରିବେ ତାହାକୁ ଅପେକ୍ଷା କରାଯାଇଛି।

ଏହିକ୍ରମରେ ନରେନ୍ଦ୍ର ମୋଦି ଦଳର ସଭାପତି ଅଭିତ ଶାହଙ୍କ ଭିତରେ ଘନ ଘନ ଆଲୋଚନା ଜାରି ରହିଛି। ସହଯୋଗୀ ଦଳର ନେତାମାନେ ସେମାନଙ୍କ ଦାବି ଉପସ୍ଥାପନ ତଥା ଆଲୋଚନା କରୁଛନ୍ତି। ଜଡେି (ୟୁ) ଏଥର ପ୍ରଥମଥର ପାଇଁ ଏନ୍‌ଡିଏ ସରକାରରେ ସାମିଲ୍‌ ହବାକୁ ଯାଉଛି। ପୂର୍ବଥର ଯଦିଓ ନୀତିଶ କୁମାରଙ୍କ ଜେଡିୟୁ ଏନ୍‌ଡିଏରେ ସାମିଲ୍‌ ହୋଇଥିଲା କିନ୍ତୁ ସେ ମନ୍ତାତିମଣ୍ହାଡଳରେ ନଥିଲା। ୨୦୧୭ ମସିହାରେ ଜେଡିୟୁ ଏନ୍ଘ‌ଡିଏକୁ ଆସିଥିଲା। ଏଣୁ ଏଥର ସରକାର ଗଠନ ସମୟରେ ଜେଡିୟୁ କିପରି ମନ୍ତିମଣ୍ଡଳରେ ସ୍ଥାନୀତ ହେବ ତାହା ଚର୍ଚାରେ ରହିଛି। ଏହିକ୍ରମରେ ନୀତିଶ କୁମାରଙ୍କ ସହ ଏକ ରୁଦ୍ଧ ଦ୍ଵାର ଆଲୋଚନା କରିଛନ୍ତି ଶ୍ରୀ ମୋଦି ଓ ଶ୍ରୀ ଶାହ।

ସାମିଲ୍‌ ହେବେ ନାହିଁ ଅରୁଣ ଜେଟ୍‌ଲୀ

ଏଥର ମନ୍ତ୍ରିମଣ୍ଡଳରେ ସାମିଲ୍‌ ହେବେ ନାହିଁ ବୋଲି ଲିଖିତ ଭାବେ ଜଣାଇଛନ୍ତି ରାଜ୍ୟସଭା ସାଂସଦ ଅରୁଣ ଜେଟ୍‌ଲୀ। ରାଜ୍ୟସଭାରେ ବିଜେପି ନେତା ଥିବା ଜେଟ୍‌ଲୀ ଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଭଲ ରହୁନାହିଁ। ଏଣୁ ସେ ଚିକିତ୍ସା ପାଇଁ ଅଧିକ ସମୟ ଆବଶ୍ୟକ କରୁଛନ୍ତି। ଏଭଳି ପରିସ୍ଥିତିରେ ସେ ଆଉ ମନ୍ତ୍ରୀ ହେବାକୁ ପସନ୍ଦ କରୁ ନାହାନ୍ତି। ଏଣୁ ତାଙ୍କୁ ଦୂରରେ ରଖାଯିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଛନ୍ତି।

ଓଡ଼ିଶାରୁ ଅପରାଜିତାଙ୍କ ନାଁ ନେଇ ଚର୍ଚା

ସୋଶୋଲ୍‌ ମିଡିଆରେ ଓଡ଼ିଶାର ଦୁଇ ସାଂସଦ ଚର୍ଚାରେ ରହିଛନ୍ତି। ଜଣେ ହେଲେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ଅନ୍ୟଜଣକ ହେଉଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ। ରାଜନୀତି କରିବେ ବୋଲି ପ୍ରଶାସକ ପଦବୀ ଛାଡ଼ିଥିବା ଷଡ଼ଙ୍ଗୀ ଅଳ୍ପ କିଛି ବ୍ୟବଧରନରେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ହରାଇଥିଲେ ମଧ୍ୟ ମନ୍ତ୍ରୀ ପାଇଁ ଚର୍ଚାରେ ରହିଛନ୍ତି। ଜଣେ ସ୍ଵଚ୍ଛ ଓ ଦକ୍ଷ ପ୍ରଶାସକ ଭାବେ ନାଁ ଥିବାରୁ ଅପରାଜିତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡରେ ଓଡ଼ିଶା କୋଟା ମିଳିପାରେ ବୋଲି ଆଲୋଚନା ହେଉଛି।

ବୈଜୟନ୍ତ ଓ ସମ୍ବିତ ପାତ୍ର

ସେହିପରି ମନ୍ତ୍ରୀପଦ ଚର୍ଚାରେ ପୂର୍ବତନ ସାଂସଦ ତଥା କେନ୍ଦ୍ରାପଡ଼ାରୁ ହାରିଥିବା ବୈଜୟନ୍ତ ପଣ୍ଡା, ପୁରୀ ସାଂସଦଙ୍କୁ ଟକ୍କର ଦେଇଥିବା ସମ୍ବୀତ ପାତ୍ର ବି ମନ୍ତ୍ରୀମଣ୍ଡଳରେ ଜାଗା ପାଇପାରନ୍ତି ବୋଲି ଚର୍ଚା ହେଉଛି ।


Leave a Reply

Your email address will not be published.