22 ମାର୍ଚରେ ଜନତା କର୍ଫ୍ୟୁ: ସକାଳ ୭ରୁ ରାତି ୯ ଯାଏ ଘରୁ ନବାହାରିବାକୁ ଅନୁରୋଧ କଲେ ପ୍ରଧାମନ୍ତ୍ରୀ

ଭୁବନେଶ୍ଵର, (ଓଟି): ଦିନକୁ ଦିନ ବଢ଼ୁଥିବା ‘କରୋନା’ କଷ୍ଟରୁ ମୁକ୍ତି ପାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥାସମ୍ଭବ ଘରେ ରହିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଏହିକ୍ରମରେ ରବିବାର ଦିନ ଏହି ଭୁତାଣୁ ସଂକ୍ରମଣ ବିରୋଧରେ ଏକତା ବଜାୟ ରଖିବା ଲାଗି ସକାଳ ୭ଟାରୁ ରାତି ୯ଟା ଯାଏ ପ୍ରଧାମନ୍ତ୍ରୀ ଜନତା କର୍ଫ୍ୟୁ ଘୋଷଣା କରିଛନ୍ତି। ପ୍ରତିଟି ନାଗରିକ ଏହାକୁ ପାଳନ କରିବା ସହ ସମସ୍ତ ବାହାର କାର୍ଯ୍ୟକୁ ଏହି ସମୟ ଭିତରେ ନିଷିଦ୍ଧ କରିବାକୁ ଆହ୍ବାନ ଦେଇଛନ୍ତି। ଯେଉଁମାନେ ଡାକ୍ତରଖାନା, ପୁଲିସ, ମିଡିଆ ଭଳି ଜରୁରୀକାଳୀନ ସେବାରେ ନିୟୋଜିତ ସେମାନଙ୍କୁ ଉତ୍ସାହିତ କରିବା ଏବଂ ଜରୁରୀକାଳୀନ ସମୟରେ ସେମାନଙ୍କ ପ୍ରିତି କୃତଜ୍ଞ ରହିବା ଲାଗି ସନ୍ଧ୍ୟା ୫ଟା ବେଳେ ଘର ଦୁଆର ମୁହଁରେ ତାଳିମାରି, ଘଣ୍ଟ ବଜାଇ ପ୍ରତୀକ ସମ୍ବର୍ଦ୍ଧନା ପ୍ରଦାନ ଲାଗି ଅନୁରୋଧ କରିଛନ୍ତି।

ଏବେ କରୋନା ଭୁତାଣୁ ଦ୍ଵାରା ଦେଶର ୧୮୦ ନାଗରିକ ପ୍ରଭାବିତ ହୋଇଛନ୍ତି। ଏମାନଙ୍କୁ ବିଭିନ୍ନ ସ୍ଥାନରେ ପୃଥକୀକୃତ ରଖାଯାଇ ଚିକିତ୍ସା କରାଯାଉଛି। ଏହି ସମୟରେ ଯଥା ସମ୍ଭବ ସାମାଜିକ ଦୂରତ୍ଵ ହିଁ ଲୋକଙ୍କ ଭିତରେ କରୋନା ବ୍ୟାପିବା ଆଶଙ୍କାକୁ କମାଇପାରିବ ବୋଲି ଆଶା କରାଯାଇଛି। 

କ’ଣ ଏଇ ଜନତା କର୍ଫ୍ୟୁ

ଜନତା କର୍ଫ୍ୟୁ ୧୪ ଘଣ୍ଟାଲାଗି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହା ସକାଳ ୭ଟାରୁ ଆରମ୍ଭ ହୋଇ ୯ଟା ଯାଏ ଚାଲିବ। ଏହି ସମୟରେ ସମସ୍ତ ନାଗରିକ ସର୍ବସାଧାରଣ ସ୍ଥାନକୁ ଯିବେ ନାହିଁ। ଘରେ ରହିବେ। 

ଯେଉଁ ନାଗରିକମାନେ ପୁଲିସଳ ମେଡିକାଳ୍‌ ସେବା, ମିଡିଆ, ଘରେ ଖ୍ୟାଦ୍ୟ, ଚିଠି ସେବ ପ୍ରଦାନ ସେବା ଦେଉଛନ୍ତି ସେମାନଙ୍କ ଏହି କର୍ଫ୍ୟୁରୁ ମୁକ୍ତ ରଖାଯାଇଛି। 

ଏହି ଅତ୍ୟାବଶ୍ୟକୀୟ ସେବା ପ୍ରଦାନକାରୀଙ୍କ ଉଦ୍ଦେଶ୍ୟରେ ସବୁ ନାଗରିକ ସନ୍ଧ୍ୟା ୫ଟା ବେଳକୁ ଦୁଆର ସାମ୍ନାରେ ଠିଆ ହୋଇ ତାଳି ବଜାଇବା, ଘଣ୍ଟ ବଜାଇ ଉତ୍ସାହିତ କରିବେ। 

ଗଲା ଦୁଇ ମାସ ହେଲା ଏହି ସେବାରେ ନିୟୋଜିତ କର୍ମଚାରୀମାନେ ଅନବରତ ସେବା ପ୍ରଦାନ କରୁଛନ୍ତି। ଏଣୁ ସମୟ ଆସିଛି ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା। ସେହି ଉଦ୍ଦେଶ୍ୟରେ ଆମକୁ ଏହି ତାଳି ବଜାଇ ସମ୍ବର୍ଦ୍ଧନା କରିବା ଆବଶ୍ୟକ ବୋଲି ଶ୍ରୀ ମୋଦି କହିଛନ୍ତି।

Leave a Reply

Your email address will not be published. Required fields are marked *