ଓଡ଼ିଶାରେ ବିଜେଡି ଯିବା ନିଶ୍ଚିତ : ମୋଦୀ

ଏଥର ଭାରତ ଏବଂ ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ହେବ। ଓଡ଼ିଶା ଗରିବ, ଦଳିତମାନଙ୍କ ସେବା କରିବାଲାଗି ମୋ’ ସରକାର ଯେଉଁଭଳି ଚେଷ୍ଟା କରିଛି, ସେଭଳି କେହି କରି ନଥିଲେ। ଓଡ଼ିଶାରେ ନୂଆ ସରକାର ହେଲେ ପୁଣି ଆସିବି । ୫ ବର୍ଷର ଶାସନ କାଳରେ ଗୋଟିଏ ବି ଭ୍ରଷ୍ଟାଚାରର ଦାଗ ଲାଗିନି; ଯେଉଁମାନେ ମିଛ ଆରୋପ ଲଗାଇଥିଲେ ଏବେ ସେମାନେ କାଠଗଡ଼ାରେ । ସେ ଏହି ସଭାରେ ଗୁଜୁରାଟର ସୁରାଟରେ ଥିବା ଓଡ଼ିଆ ଲୋକଙ୍କ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସି କେନ୍ଦ୍ରାପଡ଼ାର ବାରୁଆ ସିଦ୍ଧବଟ ପଡ଼ିଆଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଉଦ୍ବୋଧନ ଦେଇଛନ୍ତି। ସମାବେଶରେ ଜୟ ଜଗନ୍ନାଥ, ଜୟ ବଳଦେବ ମହାପ୍ରଭୁ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଭାଷଣ ଆରମ୍ଭ ଦେଇଥିଲେ। ସେ କହିଥିଲେ, ମୁଁ ଭୋଟ ଦେଇ ଆସିଛି, ଭୋଟ ଦେବା ଏକ କର୍ତ୍ତବ୍ୟ ଓ ସୌଭାଗ୍ୟ। ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପରେ ଏ ଲହର ବିରୋଧୀଙ୍କ ପାଇଁ ଆହ୍ୱାନ ପାଲଟିଛି। ଏହା ଲହର ନୁହେଁ ଲଲକାର, ପୁଣି ଆଉ ଥରେ ମୋଦୀ ସରକାର।

ଜନତା ଗତ ୫ ବର୍ଷରେ ମୋ କାମ ଦେଖିଛନ୍ତି, ମୋ ସରକାରର କାମ ଦେଖିଛନ୍ତି। ଆପଣଙ୍କ ଭଲ ପାଇବା ଦେଖି ଏ ବିଜେଡିବାଲାଙ୍କ ନିଦ ଉଡ଼ିଗଲାଣି। ଓଡ଼ିଶାରେ ବିଜେଡି ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛି। ସେଥିପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରାଯାଉଛି। ଓଡ଼ିଶାରେ ବିଜେଡି ଯିବା, ବିଜେପି ଆସିବା ନିଶ୍ଚିତ ବୋଲି ମୋଦି କହିଥିଲେ।

ବିଜେଡ଼ି ସରକାର ବିଚଳିତ ହୋଇପଡ଼ିଛନ୍ତି । ସେଥିପାଇଁ ସବୁଆଡ଼େ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରାଯାଉଛି । ଜନତା ଏହାର ଜବାବ ଦେବେ । ବିଜେଡ଼ି ସରକାର ହଟିବ ଲୋକମାନେ ଏହା ସ୍ଥିର କରି ସାରିଛନ୍ତି । ନବୀନ ବାବୁଙ୍କ ସହିତ ଆଲୋଚନା କରିବାକୁ ସ୍ଥିର କରିଥିଲି । ଯିଏ ଏତେ ବର୍ଷ ଧରି ଶାସନ କରିଛନ୍ତି ତାଙ୍କର ବିଦାୟୀ ଭଲ ଭାବରେ ହେଉ । କିନ୍ତୁ ବିଗତ କିଛି ଦିନରେ ଓଡ଼ିଶାରେ ପଶ୍ଚିମବଙ୍ଗର ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ଏବେ କହୁଛି କି ଆପଣଙ୍କର ଯିବା ସୁନିଶ୍ଚିତ ବୋଲି ସେ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି କହିଛନ୍ତି । 

ସେ ଆହୁରି କହିଛନ୍ତି, ଗତଥର ଲୋକମାନଙ୍କ ଭଲ ପାଇବା ମତେ ମିଳିନଥିଲା, ଯାହା ଏଥର ମିଳୁଛି। ଓଡ଼ିଶାରେ ଏଥର ନିର୍ବାଚନ ପ୍ରଚାରରେ ଆଜି ହେଉଛି ମୋର ଶେଷ ଦିନ।

ମୋଦୀ କହିଛନ୍ତି, ଓଡ଼ିଶାରେ ନୂଆ ସରକାର ହେଲେ ପୁଣି ଆସିବି। ଓଡ଼ିଶାର ନେତାଙ୍କ ଠାରୁ ଜନତା ଅଧିକ ଚାଲାକ। ସୁରତରେ କେତେକ ଓଡ଼ିଆ ଲୋକଙ୍କୁ ନିକଟରେ ଭେଟିଥିଲି। ସେମାନେ ଠାରରେ ବୁଝେଇ ଦେଇଥିଲେ ଯେ,ଏଥର ବିଜେପି।

ଏହି ନିର୍ବାଚନୀ ସଭାରେ କେନ୍ଦ୍ରାପଡ଼ାର ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା,କେନ୍ଦ୍ରାପଡ଼ା ଲୋକସଭା ଅଧିନରେ ଥିବା ସାଲେପୁର ବିଧାନସଭାର ବିଜେପି ପ୍ରାର୍ଥୀ ପ୍ରକାଶ ବେହେରା,ମାହାଙ୍ଗା ବିଧାନସଭାରେ ବିଜେପି ପ୍ରାର୍ଥୀ ଶାରଦା ପ୍ରଧାନ,କେନ୍ଦ୍ରାପଡ଼ାର ବିଜେପି ବିଧାୟକ ପ୍ରାର୍ଥୀ ସୁନାକର ବେହେରା,ଆଳି ବିଧାନସଭାର ବିଜେପି ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ,ମହାକାଳପଡ଼ାର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନ,ରାଜନଗରର ବିଜେପି ବିଧାନସଭା ପ୍ରାର୍ଥୀ ଅଲେଖ ଜେନା,ବରିଷ୍ଠ ନେତା ତଥା ପାଟକୁରା ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର, ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ,ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ, ପ୍ରମୁଖ ଉପସ୍ଥିତ ଅଛନ୍ତି।

Leave a Reply

Your email address will not be published. Required fields are marked *