ନବୀନଙ୍କୁ ମୋଦିଙ୍କ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛାବାର୍ତ୍ତା ପଠାଇଛନ୍ତି। ଟ୍ବିଟର ଯୋଗେ ଏକ ଶୁଭେଚ୍ଛା ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ‘ ଓଡିଶାରେ ପୁଣିଥରେ ବିଜୟ ପାଇଁ ନବୀନ ବାବୁଙ୍କୁ ଅଭିନନ୍ଦନ । ଆଗାମୀ ଶାସନକାଳ ପାଇଁ ତାଙ୍କୁ ଅଜସ୍ର ଶୁଭେଛା’ । ଏଥର ସବୁ ଆକଳନକୁ ପଛରେ ପକାଇ ନବୀନ ଶତାଧିକ ସିଟ୍‌ ହାସଲ କରିବାରେ ସକ୍ଷମ ହୋଇଛନ୍ତି।

ପଞ୍ଚମ ଥର ପାଇଁ ଓଡ଼ିଶା ଶାସନର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି। ଏହା ଏକ ବିରଳ ଉଦାହରଣ। ଓଡ଼ିଶା ଇତିହାସରେ କେବେ ଏହା ହୋଇ ନଥିଲା। ପୂର୍ବରୁ ଶ୍ରୀ ମୋଦି ନିର୍ବାଚନ ପ୍ରଚାର ସମୟରେ ଓଡ଼ିଶା ଆସି ବିଜେଡି ସରକାରଙ୍କୁ ନିନ୍ଦା କରିଥିଲେ। ନବୀନଙ୍କ ଶାସନ କାଳରେ ବିକାଶ ପଛୁଆ ଚାଲିଛି ବୋଲି କହିଥିାଲେ। ତାଙ୍କୁ ଉପାଡ଼ି ଫୋପଡ଼ିବା ଲାଗି ବିଜେପି ଅଧ୍ୟକ୍ଷ ଅମିତ ଶାହ ଏକ ନିର୍ବାଚନ ସଭାରେ କହି ଚର୍ଚିତ ହୋଇଥିଲେ।

୧୨୦ରୁ ଅଧିକ ଶଶସନ ଲକ୍ଷ୍ୟ ରଖିଥିବା ବିଜେପି ରାଜ୍ୟରେ ମାତ୍ର ୨୩ ଆସନରେ ସୀମିତ ରହିପାରେ। ଏଯାଏ ୨୩ରୁ ଅଧିକ ଆସନରେ ବିଜେପିର ଭୋଟ୍‌ ଆଗକୁ ବଢ଼ୁ ନଥିବା ଜଣାଯାଇଛି। ବିଜେଡି ୧୧୦ ଆସନରେ ଆଗୁଆ ରହିଛି।

Leave a Reply

Your email address will not be published. Required fields are marked *