ମୋଦିଙ୍କ ବାୟୋପିକରେ ଅମିତ୍ ଶାହଙ୍କ ଭୂମିକାରେ କିଏ, ଜାଣନ୍ତୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ରେ ବିବେକ୍ ଓବରୟ ମୋଦିଙ୍କ ଭୂମିକାରେ ପରଦା ଉପରକୁ ଆସିବେ । ଏହି ବାୟୋପିକ୍ରେ ମୋଦିଙ୍କ ଜୀବନ ସଂଘର୍ଷ ଓ ରାଜନୈତିକ ପୃଷ୍ଟଭୂମିକୁ କାହାଣୀ ଭାବେ ଦର୍ଶକ ସାମନାରେ ଉପସ୍ଥାପନା କରାଯିବ । ମୋଦିଙ୍କର ରାଜନୈତିକ ଜୀବନରେ ସହଯୋଗୀ ଭାବେ ଅନେକ ବ୍ୟକ୍ତିଙ୍କ ଭୂମିକା ପାଇଁ ଅନେକ କଳାକାରଙ୍କୁ ସାଇନ୍ କରାଯାଇଛି । ଏବେ ଧୀରେ ଧୀରେ ବାୟୋପିକ୍ର ଷ୍ଟାରକାଷ୍ଟ ସମ୍ପର୍କରେ ଖବର ମିଳିଛି ।
ଏଥିରେ ଅମିତ୍ ଶାହଙ୍କ ଭୂମିକାରେ ଆସିବେ ଅଭିନେତା ମନୋଜ୍ ଯୋଶୀ । ‘ଧୁମ୍’, ‘ଭାଗ୍ ମିଲ୍ଖା ଭାଗ୍’, ‘ଫିର୍ ହେରା ଫେରି’, ‘ଭୁଲ୍ ଭୁଲେୟା’ ଭଳି ଅନେକ ଫିଲ୍ମରେ ମନୋଜ୍ ତାଙ୍କ ଦକ୍ଷ ଅଭିନୟର ପ୍ରମାଣ ଦେଇଛନ୍ତି । ଟିଓଆଇର ଏକ ରିପୋର୍ଟ ଅନୁଯାୟୀ ମନୋଜ୍ ନିଜେ ଏହି ଖବର ଦେଇଛନ୍ତି ଏବଂ ସେ ଅମିତ୍ ଶାହଙ୍କ ଚରିତ୍ରକୁ ନିଖୁଣ ଭାବେ ପରଦା ଉପରକୁ ଆଣିବା ପାଇଁ ଆଜିକାଲି ଅମିତ୍ ଶାହଙ୍କ ସ୍ପିଚ୍ ଶୁଣୁଛନ୍ତି ।
ଏହି ବାୟୋପିକରେ ମୋଦିଙ୍କ ପତ୍ନୀଙ୍କ ଭୂୂମିକାରେ ଆସିବେ ବର୍ଖା ବିଷ୍ଟ୍ । ଷ୍ଟାରପ୍ଲସ୍ ଶୋ’ ‘ପ୍ୟାର୍ କେ ଦୋ ନାମ୍ ଏକ୍ ରାଧା ଏକ୍ ଶ୍ୟାମ୍’ରେ ବର୍ଖା ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିସାରିଛନ୍ତି ।