୧୧ ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହାର
ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଦାବିପତ୍ର ତଥା ରାଜ୍ୟ ସରକାରଙ୍କ ସ୍କ୍ରିନଂ କମିଟିର ସୁପାରିସି ପରେ ଭାରତର ମୁଖ୍ୟ ନିର୍ବାଚନ କମିଶନ ୧୧ଟି ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହାର କରିଛନ୍ତି। ଏହି ୧୧ଟି ଜିଲ୍ଲା ହେଉଛି : ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି। ଏବେ ଏହି ଜିଲ୍ଲାଗୁଡ଼ିକରେ କାମଚଳା ସରକାରଙ୍କ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଅର୍ଥାତ୍ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ତ୍ଵରାନ୍ବିତ ହୋଇପାରିବ।
ରାଜ୍ୟ ସରକାରଙ୍କ ସ୍କ୍ରିନିଂ କମିଟିର ନିଷ୍ପତ୍ତି ଅନୁସାରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ପହଞ୍ଚି ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରୁ ଆଚରଣ ବିଧି ପ୍ରତ୍ୟାହାର କରିନେବାକୁ ଅନୁରୋଧ ସେ କରିଥିଲେ।
ପାଣିପାଗ ବିଭାଗ ସୂଚନା ଅନୁସାରେ ୩ ତାରିଖରେ ଏହା ଗୋପାଳପୁରରୁ ଚାନ୍ଦିପୁର ମଧ୍ୟରେ କୌଣସି ସ୍ଥାନରେ ଲ୍ୟାଣ୍ଡଫଲ୍ କରିପାରେ।