କଂଗ୍ରେସରୁ ନବ ଦାସଙ୍କ ଇସ୍ତଫା: ବିଜେଡିରେ ଯୋଗ ଦେବେ
ଭୁବନେଶ୍ଵର, (ଓଟି): ଓଡ଼ିଶା ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ନିଜ ପଦବୀ ତଥା କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଲୋକଙ୍କ ଇଚ୍ଛାକୁ ସାକାର କରିବାକୁ ଯାଇ ସେ ଇସ୍ତଫା ଦେଇଛନ୍ତି ବୋଲି ଦଳର ସଭାପତି ରାହୁଲ୍ ଗାନ୍ଧିଙ୍କୁ ପତ୍ର ଦ୍ଵାରା ଜଣାଇଛନ୍ତି।
ଶ୍ରୀ ଦାସ କହିଛନ୍ତି, ଲୋକଙ୍କ ପାଇଁ ସେ ବିକାଶ ଚାହାନ୍ତି। ଆଉ ଏହି ଧାରାରେ ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକେ ତାଙ୍କୁ ବିଜେଡିରୁ ଲଢ଼ିବା ପାଇଁ ଚାହୁଁଛନ୍ତି। ଏଣୁ ଭୋଟର୍ଙ୍କ ଇଚ୍ଛାକୁ ସାକାର କରିବାକୁ ଯାଇ ସେ ଦଳ ଛାଡ଼ୁଛନ୍ତି। ଆଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ କାର୍ଯ୍ୟ କରିବେ ବୋଲି ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି।
ଗଲଶ କିଛିଦିନ ହେଲା ନବଙ୍କୁ ନେଇ ଅନେକ ରାଜନୀତିକ ଆଲୋଚନା ଚାଲିଥିଲା। ସେ ୨୪ ତାରିଖରେ ବିଜେଡିରେ ଯୋଗ ଦେବେ ବୋଲି ମଧ୍ୟ ଚର୍ଚା ହୋଇଥିଲା। ଏପରିକି ସେ ପ୍ରତ୍ୟକ୍ଷ ଭାବେ ଏହାକୁ ସ୍ଵୀକାର କରିଥିଲେ। ତେବେ ତାଙ୍କର ଆଗମନକୁନେଇ ବିଜେଡିରେ ବିରୋଧାଭାସ ମଧ୍ୟ ଦେଖା ଯାଇଛି। ଏଣୁ ଏବେ ଅପେକ୍ଷା ଏହି କଂଗ୍ରେସ ନେତା କେତେ ଦୂର ବିଜେଡି ସଂଗଠନ ସହ ପୂଣ୍ଣ ମାତ୍ରାରେ କାର୍ଯ୍ୟ କରୁଛନ୍ତି।