ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ବିଜେଡି ଛାଡ଼ିଲେ
ନିର୍ବାଚନ ତାରିଖ ଯେତେ ପାଖୋଉଛି ସେତେ ମାତ୍ରାରେ ବିଜେଡିର ନେତା ଏବଂ ବିଧାୟକ, ସାଂସଦ ଦଳ ଛାଡୁଛନ୍ତି । ଗତ କିଛିଦିନ ଧରି ଏହି ପର୍ବ ଲାଗି ରହିଛି। ଆଜି ମୋହନା ବିଧାୟକ ବାସନ୍ତି ମଲ୍ଲିକ ଦଳ ଛାଡିଛନ୍ତି । ତେବେ ବାସନ୍ତିଙ୍କୁ ମିଶାଇ ମୋଟ ୫ଜଣ ବିଧାୟକ ଦଳ ଛାଡି ସାରିଲେଣି।
ପୂର୍ବରୁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ବିଜେଡି ଛାଡ଼ିଥିଲେ। ସେହିପରି ଗଂଜାମ ଜିଲ୍ଲାର ଆସିକା ବିଧାୟକ ଦେବରାଜ ମହାନ୍ତି, ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ବାଲେଶ୍ୱର ଜିଲ୍ଲାର ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ତ୍ରିନାଥ ଗମାଙ୍ଗ ବିଜେଡି ଛାଡ଼ିଥିଲେ।