ବ୍ରହ୍ମପୁରରେ ହେବ କୋଭିଡ୍-୧୯ ଟେଷ୍ଟିଂ

ଭୁବନେଶ୍ଵର,ବ୍ରହ୍ମପୁ(ଓଟି): ରାଜ୍ୟ ସରକାରଙ୍କୁ ଆଉଏକ ମେଡିକାଲ୍‌ କଲେଜରେ କୋଭିଡ୍‌-୧୯ ତଥା କରୋନା ପରୀକ୍ଷା ପାଇଁ ଅନୁମତି ମିଳିଛି। ବ୍ରହ୍ମପୁର ବଡ଼ ମେଡିକାଲ ତଥା ଏମ୍‌କେସିଜି ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ କରୋନା ପରୀକ୍ଷା ପାଇଁ -ଆଇସିଏମ୍‌ଆର୍‌-ଦିଲ୍ଲୀ ପକ୍ଷରୁ ଅନୁମତି ମିଳିଛି। ଫଳରେ ରାଜ୍ୟରେ ଏସ୍‌ସିବି ବା କଟକ ବଡ଼ମେଡିକାଲ୍‌ ପରେ ଦ୍ଵିତୀୟ ମେଡିକାଲ୍‌ କଲେଜ ଭାବେ ବ୍ରହ୍ମପୁରରେ କରୋନା ପରୀକ୍ଷା ହୋଇପାରିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ ଜରିଆରେ ସୂଚନା ପ୍ରଦାନ କରାଯାଇଛି। ଏହାଦ୍ଵାରା କରୋନା ମୁକାବିଲା କ୍ଷେତ୍ରରେ ଅଧିକ ସହାୟତା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି।

କାର୍ଯ୍ୟକ୍ଷମ ହେଲା ହସ୍ପିଟାଲ

ଗୋଟିଏପଟେ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ କୋଭିଡ୍‌-୧୯ ଟେଷ୍ଟିଂ ପାଇଁ ଅନୁମତି ମିଳିଥିବାବେଳେ ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଆଜି କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇସାରିଛି। ଶୀତଳାପଲ୍ଲୀଠାରେ ଟାଟା ଷ୍ଟିଲ୍ ପକ୍ଷରୁ ଏହି ହସ୍ପିଟାଲର ବ୍ୟବସ୍ଥା କରାଯାଇଛି। ୨୦୦ ଶଯ୍ୟା ବିଶିଷ୍ଟ ଉକ୍ତ ୧୫ଟି ଭେଣ୍ଟଲେଟର୍ ରହିଛି। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏନେଇ ସୂଚନା ଦେଇଛନ୍ତି।

Leave a Reply

Your email address will not be published.