ମିଜୋରାମ ରାଜ୍ୟପାଳଙ୍କ ଇସ୍ତଫା
ଶଶି ଥରୁରଙ୍କ ବିରୋଧରେ ଲଢିବେ ନିର୍ବାଚନ !
ମିଜୋରାମର ରାଜ୍ୟପାଳ କେ.ରାଜଶେଖରନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଇସ୍ତଫା ପତ୍ରକୁ ସ୍ୱୀକାର କରିଛନ୍ତି। କୁହାଯାଉଛି ଯେ ବିଜେପିର କେରଳ ପ୍ରଦେଶର ରାଜଶେଖରନ ତିରୁଅନନ୍ତପୁରମରୁ ଶଶି ଥରରୁଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିପାଇଁ କେରଳ ବିଜେପିର ମୁଖ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି କଥାବର୍ତ୍ତା ପରେ ଚନ୍ଦ୍ରଶେଖରନ ଇସ୍ତଫା ଦେଇଛନ୍ତି। ବିଜେପି ତାଙ୍କୁ ଶଶି ଥରୁରଙ୍କ ବିରୋଧରେ ତିରୁଅନନ୍ତପୁରମରୁ ଟିକଟ ଦେଇପାରେ ।
ସଂଘ ପ୍ରଚାରକ ଥିଲେ କେ.ଚନ୍ଦ୍ରଶେଖରନ
କେ.ଚନ୍ଦ୍ରଶେଖରନ ସଂଘ ବିଚାରଧାରାରୁ ଆସୁଛନ୍ତି। ସେ ଆରଏସଏସର ସଂଘ ପ୍ରଚାରକ ମଧ୍ୟ ରହି ସାରିଛନ୍ତି। ୨୦୧୫ରେ ତାଙ୍କୁ କେରଳର ବିଜେପି ଅଧ୍ୟକ୍ଷ ମଧ୍ୟ କରାଯାଇଥିଲା। ତିନି ବର୍ଷ ପର୍ଯ୍ୟନ୍ତ କେରଳର ବିଜେପି ଅଧ୍ୟକ୍ଷ ରହିବା ପରେ ତାଙ୍କୁ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ଏହା ମଧ୍ୟ କୁହାଯାଉଛଇ ଯେ ସଂଘ ରାଜଶେଖରନଙ୍କୁ ପୁଣି ଥରେ କେରଳକୁ ଫେରାଇବାକୁ ଚାହୁଁଛି। ଦୁଇ ସପ୍ତାହ ତଳେ ଅମିତ ଶାହାଙ୍କୁ ଏନେଇ କେରଳ ଆରଏସଏସର ପ୍ରତିନିଧିମାନେ ଜଣାଇଥିଲେ। ରାଜଶେଖରନଙ୍କୁ ପୁଣି କେରଳକୁ ପଠାଇବାକୁ ଦାବି କରିଥିଲେ।