‘ମିଶନ୍ ମଙ୍ଗଲ୍’ ୪ଦିନ ଭିତରେ ୧୦୦ କୋଟି

ଖିଲାଡ଼ି କୁମାର ଅକି ପୁଣିଥରେ ବାଜି ମାରିନେଇଛନ୍ତି । ଅକିଙ୍କ ଲକି ଡେ’ ଅଗଷ୍ଟ ୧୫ ତାରିଖରେ ସିନେମାଘରକୁ ଆସିଥିବା ‘ମିଶନ୍ ମଙ୍ଗଲ୍’ ରିଲିଜ୍ ହେବାର ମାତ୍ର ୪ ଦିନ ମଧ୍ୟରେ ୯୭.୬୫ କୋଟିରେ ପହଞ୍ଚଛି । ବକ୍ସ ଅଫିସ୍ ବ୍ୟବସାୟକୁ ଦୃଷ୍ଟିରେ ରଖି ‘ମିଶନ୍ ମଙ୍ଗଲ୍’ର ମିଶନ୍ ୧୦୦ କୋଟି ଆଉ ବେଶି ଦୂର ନାହିଁ ବୋଲି ସିନେ ମହଲରେ ଚର୍ଚ୍ଚା ହେଉଛି । ଇତିମଧ୍ୟରେ ଫିଲ୍ମ ୨ଟି ରେକର୍ଡ଼ କରିସାରିଛି । ଚଳିତବର୍ଷର ସବୁଠାରୁ ଅଧିକ ଓପନିଙ୍ଗ୍ ଡେ’ ବ୍ୟବସାୟ ତାଲିକାରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ଅକିଙ୍କ ଅଭିନୀତ ପୂର୍ବ ସମସ୍ତ ଫିଲ୍ମର ଫାଷ୍ଟ୍ ଡେ’ ବ୍ୟବସାୟକୁ ପଛାର ପକାଇ ଏହା ପ୍ରଥମ ସ୍ଥାନ ଅଧିକାର କରିଛି ।

ଜନଙ୍କ ଅଭିନୀତ ‘ବାଟଲା ହାଉସ’କୁ ଟକ୍କର ଦେଇ ଏହା ଓପନିଙ୍ଗ୍ ଡେ’ରେ ୨୯.୧୬ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଏହାପରେ ଶନିବାର ଓ ରବିବାର ଥିବାରୁ ଫିଲ୍ମର ବ୍ୟବସାୟରେ ବେଶ୍ ଭଲ ଫାଇଦା ମିଳିଥିଲା । ରବିବାର ଦିନ ଏହାର ବ୍ୟବସାୟ ଥିଲା ୨୭.୫୪ କୋଟି ଟଙ୍କା । ତେବେ ମୋଟ ଉପରେ କହିବାକୁ ‘ମିଶନ୍ ମଙ୍ଗଲ’ର ବକ୍ସ ଅଫିସ୍ କଲେକସନ୍ ହେଉଛି ୯୭.୫୬ କୋଟି ଟଙ୍କା । ଏଭଳି ବ୍ୟବସାୟକୁ ଦୃଷ୍ଟିରେ ରଖି ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ ମାନେ ନିଶ୍ଚିତ ହୋଇଯାଇଛନ୍ତି ଯେ ସୋମବାର ଦିନ ଏହା ୧୦୦ କୋଟି ଫିଲ୍ମ କ୍ଲବରେ ସାମିଲ୍ ହୋଇଯିବ । ଏହି ମଲଟି ଷ୍ଟାରର୍ ସାଇନ୍ସ ଫିଚର୍ ଫିଲ୍ମର କାହାଣୀ ମଙ୍ଗଳ ଯାନର ସଫଳତାକୁ ନେଇ ଆଗକୁ ବଢିଛି ।

Leave a Reply

Your email address will not be published. Required fields are marked *