‘ମିଶନ୍ ମଙ୍ଗଲ’ର ଟିଜର୍ ଆଉଟ୍
ଅକ୍ଷୟ କୁମାରଙ୍କ ଅଭିନୀତ ଦେଶଭକ୍ତି ଫିଲ୍ମ ଧାରାର ଆଉ ଏକ ଫିଲ୍ମ ‘ମିଶନ୍ ମଙ୍ଗଲ୍’ ଆସନ୍ତା ଅଗଷ୍ଟ ୧୫ ତାରିଖରେ ସିନେମାଘରକୁ ଆସିବ । ଏବେ ଏହାର ଟିଜର୍ ରିଲିଜ୍ କରାଯାଇଛି । ମାତ୍ର ୪୫ ସେକେଣ୍ଡର ଏହି ଭିଡିଓରେ ଦେଶଭକ୍ତିର ପରାକାଷ୍ଠା ଓ ତା’ର ପ୍ରମାଣ ଦେଖିବାକୁ ମିଳିଛି । ଖିଲାଡ଼ି କୁମାର ଅକି ଏହି ଟିଜରକୁ ସେୟାର୍ କରିବା ସହ କ୍ୟାପସନ୍ କରିଛନ୍ତି – ‘ଗୋଟିଏ ଦେଶ, ଗୋଟିଏ ସ୍ୱପ୍ନ, ଗୋଟିଏ ଇତିହାସ’ । ଜଗନ ଶକ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ମଙ୍ଗଳ ଅଭିଯାନର ଐତିହାସିକ ଯାତ୍ରା ଉପରେ ଆଧରିତ । ଏହି ମଲଟି ଷ୍ଟାରର୍ ଫିଲ୍ମରେ ଅକ୍ଷୟ, ବିଦ୍ୟା ବାଲାନ୍, ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, ସରମନ ଯୋଶୀ, କୃତି କୁଲହାରି ଭଳି ଆହୁରି ଅନେକ ତାରକା ସ୍କ୍ରୀନ୍ ସେୟାର୍ କରିଛନ୍ତି । ୪୫ ସେକେଣ୍ଡର ଏହି ଟିଜର୍ ବେଶ୍ ପ୍ରଭାବଶାଳୀ ଏବଂ ସିନେପ୍ରେମୀଙ୍କୁ ଏହା ଖୁବ୍ ଆକୃଷ୍ଟ କରିଛି । ଟିଜର୍ ଦେଖିବା ପରେ ଅନେକ ପ୍ରଶଂସକ ଏହାର ରିଲିଜ୍ ଡେଟ ପରିବର୍ତ୍ତନ କରିବାକୁ ଅକ୍ଷୟଙ୍କୁ ଅନୁରୋଧ କରିଛନ୍ତି ।