ସନବର୍ଣ୍ଣରୁ ସୁରକ୍ଷା ପାଇଁ ମିଣ୍ଟମାକ୍ସ

ଖରାଦିନେ ସନବର୍ଣ୍ଣ ସମସ୍ୟା ଚେହେରାର ସୁନ୍ଦରତାକୁ ନଷ୍ଠ କରିଦିଏ । ଏହି ସମସ୍ୟାକୁ ଦୂର କରିବାକୁ ଚାହୁଁଥିଲେ ମିଣ୍ଟର ଫେସମାକ୍ସ୍ ଆପଣଙ୍କ ପାଇଁ ସବୁଠାରୁ ଭଲ ବିକଳ୍ପ । ନିଜ ଘରେ ଓ ଖୁବ୍ କମ୍ ଖର୍ଚ୍ଚରେ ଆପଣ ଏହାକୁ ପ୍ରସ୍ତୁତ କରିପାରିବେ । ତାହେଲେ ଆସନ୍ତୁ ଜାଣିବା କିଭଳି ପ୍ରସ୍ତୁତ କରିବେ ମିଣ୍ଟମାକ୍ସ । –
ଏଥିପାଇଁ ଆପଣଙ୍କୁ ଦରକାର ହେବ କିଛି ପୁଦିନା ପତ୍ର, ହଳଦୀ ଗୁଣ୍ଡ ଓ ଟିକେ ଉଷୁମ ପାଣି ।

ପ୍ରଥମେ ଆପଣ ପୁଦିନାପତ୍ରଗୁଡ଼ିକୁ ଭଲ ଭାବେ ଧୋଇ ହାଲ୍କା ପାଣିଦେଇ ଗ୍ରାଇଣ୍ଡ କରନ୍ତୁ । ଏହାପରେ ଏହି ପେଷ୍ଟରେ ହଳଦୀ ଓ ଉଷୁମ ପାଣି ପକାଇ ଭଲ ଭାବେ ଫେଣ୍ଟନ୍ତୁ । ଏହାକୁ କିଛି ସମୟ ରଖିବା ପରେ ଏହା ବହଳିଆ ହୋଇଯିବ । ମୁଁହକୁ ଭଲ ଭାବେ ଧୋଇ ଏହି ପେଷ୍ଟ୍ ଲଗାନ୍ତୁ । ପ୍ରାୟ ଅଧଘଣ୍ଟା ଛାଡ଼ିବା ପରେ ମୁହଁକୁ ହାଲ୍କା ଉଷୁମ ପାଣିରେ ସଫା କରନ୍ତୁ । ଦିନରେ ଦୁଇଥର ଏହିଭଳି କରନ୍ତୁ । ଧୀରେ ଧୀରେ ଆପଣ ସନବର୍ଣ୍ଣ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published.