ଖଣି ନିଲାମ ପ୍ରକ୍ରିୟା ଆରମ୍ଭ : ୭ଟି ଖଣି ପାଇଁ ଟେଣ୍ଡର ଆହ୍ୱାନ

ଚଳିତ ଆଥିର୍କ ବର୍ଷରେ ୪୦ଟି ଖଣି ନିଲାମ କରିବା ପାଇଁ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସେଥିମଧ୍ୟରୁ ୭ଟି ଖଣି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ୭ଟି ଖଣିର ଟେଣ୍ଡର ଅନ‌୍‍ଲାଇନ‌୍‍ ମାଧ୍ୟମରେ ସରକାର ଆହ୍ୱାନ କରିଛନ୍ତି।

ଗତ ଆଥିର୍କ ବର୍ଷରେ କୌଣସି ଖଣି ନିଲାମ କରିପାରିନଥିବା ରାଜ୍ୟ ସରକାର ଚଳିତ ଆଥିର୍କ ବର୍ଷରେ ଏଥିପାଇଁ କଡ଼ା ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି। ରାଜ୍ୟର ୪ଟି ଲାଇମଲ୍ପୋନ ଖଣି ପିପଳମୁଣ୍ଡା, ଖଟପୁରବାହାଲ‌୍‍ (ଉତ୍ତର), ବେହେରାବାଞ୍ଜିପାଲି ଓ ଗରମୁରା ଖଣି ସହିତ ଜଗଦଳପୁର ଗ୍ରାଫାଇଟ‌୍‍ ଖଣି, ସରୁବାଲି ଏବଂ କମର୍ଦ୍ଦା କ୍ରୋମାଇଟ‌୍‍ ଖଣି ନିଲାମ ପାଇଁ ନୋଟିସ କରିଛନ୍ତି। ଏଥିରୁ ସରୁବାଲି ଖଣି ବି.ସି. ମହାନ୍ତିଙ୍କ କମ୍ପାନୀର ଥିବାବେଳେ କମର୍ଦ୍ଦା ଖଣି ମିଶ୍ରି ଲାଲ ଖଣି ବୋଲି ଜଣାପଡିଛି। ଏହି ଦୁଇଟି ଖଣିର ଲିଜ‌୍‍ ଅବଧି ୨୦୨୦ ମାର୍ଚ୍ଚ ସୁଦ୍ଧା ଶେଷ ହେବ।

ଏହି ଟେଣ୍ଡର ପାଇଁ ସେପ୍ଟେମ୍ୱର ୧୧ ସୁଦ୍ଧା ଟେଣ୍ଡର ପେପର କିଣିବାକୁ ସମୟଧାର୍ଯ୍ୟ କରାଯାଇଥିବାବେଳେ ସେପ୍ଟେମ୍ୱର ୨୦ ସୁଦ୍ଧା ଦାଖଲ ପାଇଁ ସମୟ ଦିଆଯାଇଛି। ଏହି ୭ଟି ଖଣିରେ ୧୪୪.୫୮ ମିଲିୟନ‌୍‍ ଟନ‌୍‍ ଖଣିଜ ପଦାର୍ଥ ଥିବାବେଳେ ଏହାର ମୂଲ୍ୟ ୨୧,୭୭୩.୨୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ରାଜ୍ୟ ସରକାର ଚଳିତବର୍ଷ ୪୦ଟି ଖଣି ନିଲାମ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ସେଥିମଧ୍ୟରୁ ୧୬ଟି ମର୍ଚ୍ଚାଣ୍ଟ ଖଣି ଥିବାବେଳେ ୨୪ଟି ନୂଆ ଖଣି ବୋଲି ଜଣାପଡିଛି। ଏହି ମର୍ଚ୍ଚାଣ୍ଟ ଖଣି ସେମାନଙ୍କର ଉପିାଦନ ସୀମା ବାର୍ଷିକ ୭୯ ମିଲିୟନ ଟନ‌୍‍ କରିବାକୁ ସରକାର ମଞ୍ଜୁର କରିଛନ୍ତି। ଏହି ଖଣି ଗୁଡିକର ଲିଜ‌୍‍ ଅବଧି ୩୧ ମାର୍ଚ୍ଚ ୨୦୨୦ରେ ଶେଷ ହେବ ବୋଲି ଜଣାପଡିଛି।

Leave a Reply

Your email address will not be published.