ଚମ୍ପୁଆରୁ ମୀନାକ୍ଷୀ ବିଜେଡି ପ୍ରାର୍ଥୀ

ବହୁ ପ୍ରତୀକ୍ଷିତ ଚମ୍ପୁଆ ବିଧାନସଭା ଆସନ ପାଇଁ ବିଜେଡି ଆଜି ପ୍ରାର୍ଥୀ ଘୋଷଣା କରିଛି। ମୀନାକ୍ଷୀ ମହାନ୍ତଙ୍କୁ ଦଳ ଏଠାରୁ ଟିକେଟ୍ ଦେଇଛି। ଏହି ଆସନ ପାଇଁ ବହୁ ଛକାପଞ୍ଝା ଚାଲିଥିଲା। ତୃତୀୟ ପର୍ଯ୍ୟାୟରେ କେନ୍ଦୁଝର ଲୋକସଭା ଓ ଏହା ଅଧୀନରେ ଥିବା ୭ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଏଥିପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ବିଜେଡି ଆଜି ହିଁ ଚମ୍ପୁଆ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ମୀନାକ୍ଷୀ ପୂର୍ବରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ହୋଇଥିଲେ।

୨୦୧୪ ନିର୍ବାଚନରେ ବିଜେଡି ଚମ୍ପୁଆରୁ ଅଭିନେତା ପପୁ ପମ୍ ପମ୍‌ (ତତ୍ତ୍ୱ ପ୍ରକାଶ ଶତପଥୀ)ଙ୍କୁ ପ୍ରାର୍ଥୀ କରିଥିଲା। ତେବେ ସେ ହାରି ଯାଇଥିଲେ। ଗତଥର ଏହି ଆସନରୁ ସନାତନ ମହାକୁଡ଼ ଜିତିଥିଲେ। ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ।

ଚମ୍ପୁଆ ପାଇଁ ପ୍ରାର୍ଥୀ ଦେବା ପରେ ବିଜେଡି ମୋଟ ୧୪୫ଟି ଆସନ ପାଇଁ ନାଁ ଘୋଷଣା କରି ସାରିଛି। ତେବେ ଦଳ ଏଯାବତ କେନ୍ଦ୍ରାପଡ଼ା ଏବଂ ବାରିପଦା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।

ସୂଚନାଯୋଗ୍ୟ, ବିଜେପି ଏଠାରୁ ମୁରଲୀ ମୋହନ ଶର୍ମାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଯଦୁମଣି ବାରକଙ୍କୁ ଟିକେଟ୍ ଦେଇଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜେଡି ଟିକଟ: ମିଡିଆ ମାଲିକ ଫାଇଦାରେ ଆଶାୟୀ ସାମ୍ବାଦିକ ଭକୁଆ

କିଏ ହେବେ ସାଂସଦ-୧: ବାଲେଶ୍ଵରରେ ରବୀନ୍ଦ୍ର ଜେନା ବନାମ ପ୍ରତାପ ଷଡ଼ଙ୍ଗୀ

୪୮ ବିଧାନସଭା ଓ ୧୭ ଲୋକସଭା ଆସନରେ ବିଜେଡିର ନୂଆ ମୁହଁ

Leave a Reply

Your email address will not be published.