‘କଳଙ୍କ’ର ଟିଜର୍କୁ ନେଇ ସୋସିଆଲ୍ ମିଡିଆରେ ବଢିଚାଲିଛି ମଜାଦାର ମିମ୍ସ୍

୧୨ ମାର୍ଚ୍ଚରେ ମଲଟିଷ୍ଟାରର୍ ‘କଳଙ୍କ’ର ଟିଜର୍ ରିଲିଜ୍ ହୋଇଥିଲା । ଏଥିରେ ଥିବା ଦମ୍ଦାର୍ ଡାଇଲଗ୍ ସିନେପ୍ରେମୀଙ୍କ ହୃଦୟ କିଣିନେଇଥିବାବେଳେ ସୋସିଆଲ୍ ମିଡିଆର କେତେଜଣ ୟୁଜର୍ସ ଏହାକୁ ନେଇ ବିଭିନ୍ନ ପ୍ରକାର ମିମ୍ସ୍ ପ୍ରସ୍ତୁତ କରି ସେୟାର୍ କରୁଛନ୍ତି । ସେହିସବୁ ମିମ୍ସ୍ଗୁଡ଼ିକୁ ମଧ୍ୟ ଦିନକୁ ଦିନ ଖୁବ୍ ଲାଇକ୍ ମିଳୁଛି । ବିଶେଷ କରି ଇଂଜିନିୟର୍ ଷ୍ଟୁଡେଣ୍ଟ୍,ଏକ୍ସ ଗାର୍ଲଫ୍ରେଣ୍ଡ୍-ବୟଫ୍ରେଣ୍ଡ୍ ଓ ସଲ୍ଲୁ ଭାଇଜାନ୍ ଓ ତାଙ୍କର ଭାଇମାନଙ୍କୁ ନେଇ ଏହି ମଜାଦାର ମିମ୍ସ୍ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ଟିଜରରେ ଥିବା ଏକ ଡାଇଲଗ୍ ହେଉଛି – ‘ହମସେ ଜ୍ୟାଦା ବରବାଦ୍ ଔର କୋଇ ନେହିଁ ଇସ୍ ଦୁନିଆ ମେ’ ।

ଏହି ସଂଳାପ ଇଂଜିନିୟର୍ ଷ୍ଟୁଡେଣ୍ଟ୍ ପାଇଁ ବିଲକୁଲ୍ ଫିଟ୍ ଏବଂ ସଂରକ୍ଷଣ କ୍ଷେତ୍ରରେ ଜେନେରାଲ୍ ଷ୍ଟୁଡେଣ୍ଟ୍ ପାଇଁ ଏହା ପରଫେକ୍ଟ ବୋଲି ମିମ୍ସ୍ରେ କୁଯାହାଇଛି । ଅନ୍ଲାଇନ୍ ପୋଗୋ ଖେଳାଳୀ ଏବଂ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ପାଇଁ ଟିଜର୍ରେ ଥିବା ଆଉ ଏକ ଡାଇଲଗ୍କୁ ମିମ୍ସ୍ କରାଯାଇଛି । ତାହା ହେଉଛି – ‘କିସି ଔର୍ କି ବରବାଦି ଆପନି ଜିତ୍ ଲଗତି ହେ’। ସଲ୍ଲୁ ଓ ତାଙ୍କ ଭାଇମାନଙ୍କୁ ନେଇ କରାଯାଇଥିବା ମିମ୍ସ୍ ହେଉଛି – ‘କୁଛ୍ ରିସ୍ତେ କର୍ଜ କି ତରହା ହୋତେ ହେଁ, ଜିସେ ନିଭାୟା ନେହିଁ ଚୁକାନା ପଡ଼ତା ହେ’ । ‘କଳଙ୍କ’ରେ ସଞ୍ଜୟ ଦତ୍ତ ଓ ମାଧୁରୀ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି ।

ଏଡି ଦୁଇ ତାରକାଙ୍କ ଫଟୋକୁ ଏକାଠୀ ରଖି ଏକ୍ସ ଗାର୍ଲଫ୍ରେଣ୍ଡ୍ ଓ ବୟଫ୍ରେଣ୍ଡକୁ ନେଇ ବିଭିନ୍ନ ପ୍ରକାର ମିମ୍ସ୍ ପ୍ରସ୍ତୁତ ହୋଇଛି । ଧୀରେ ଧୀରେ ଏହି ମଜାଦାର ମିମ୍ସର ଧାରା ବଢିବାରେ ଲାଗିଛି ଏବଂ ୟୁଜର୍ସ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି । କରଣ ଜୋହରଙ୍କ ଦ୍ୱାରା ନିର୍ମିତ ‘କଳଙ୍କ’ ୧୯୪୦ର ଏକ ପିରିୟଡ୍ ଡ୍ରାମା ଭାବେ ଦର୍ଶକଙ୍କ ସାମନାକୁ ଆସିବ ।

Leave a Reply

Your email address will not be published.