ଦିଲ୍ଲୀ-ଏନ୍‌ସିଆରରେ ଭୂମିକମ୍ପ

ନୂଆଦିଲ୍ଲୀ (ଓଟି): ଦିଲ୍ଲୀ-ଏନ୍‌ସିଆରରେ ରବିବାର ସନ୍ଧ୍ୟା ୫ଟା ୪୫ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୪.୦ ରହିଥିବା ସୂଚନା ମିଳିଛି। ଏଥିସହ ନୋଏଡା, ଗାଜିଆବାଦରେ ମଧ୍ୟ ଭୂକମ୍ପନ ଅନୁଭୂତ ହୋଇଛି। ତେବେ ଲକ୍‌ଡାଉନ୍‌ କାରଣରୁ ଲୋକେ ଘରେ ରହିଥିବାବେଳେ ଭୂମିକମ୍ପ ପାଇଁ ଆତଙ୍କ ଖେଳି ଯାଇଛି।

ସୂଚନା ଅନୁସାରେ ଭୂକମ୍ପନ ଅନୁଭୂତ ହେବା ପରେ ଲୋକେ ଅଚାନକ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ। ଅନେକ ଲୋକ ଘରୁ ବାହାରି ନପାରି ବାଲକୋନିକୁ ଦୌଡ଼ିଥିଲେ। ରିପୋର୍ଟ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ ହୋଇଥିବାବେଳେ ଭୂକମ୍ପର ଝଟକା ସେତେଟା ତୀବ୍ର ନଥିବା ବିଶେଷଜ୍ଞମାନେ କହିଛନ୍ତି। ଏଥିସହ ଘରେ ରହିଲେ କୌଣସି ବିପଦ ନଥିବା ସ୍ପଷ୍ଟ କରାଯାଇଥିବାବେଳେ  ଭୂକମ୍ପରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ସୂଚନା ମିଳିନାହିଁ।

Leave a Reply

Your email address will not be published.