ଗାଡ଼ି ମାଡିଯାଇ ପ୍ରବାସୀ ଶ୍ରମିକ ଦମ୍ପତି ମୃତ; ଦୁଇ ସନ୍ତାନ ଗୁରୁତର

ଭୁବନେଶ୍ୱର, (ଓଡ଼ିଶା ଟାଇମ): ଉତ୍ତରପ୍ରଦେଶ ଲକ୍ଷ୍ନୌରୁ ସାଇକଲ ଯୋଗେ ଛତିଶଗଡ ଫେରୁଥିବା ଏକ ପ୍ରବାସୀ ଶ୍ରମିକ ଦମ୍ପତି ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଛନ୍ତି । ଏଥିରେ ସେମାନଙ୍କୁ ଦୁଇ ସନ୍ତାନ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ପ୍ରବାସୀ ଶ୍ରମିକ ଦମ୍ପତି ଲକଡାଉନ ଯୋଗୁଁ କାମଧନ୍ଦା ନ ପାଇବା ଓ ସେମାନଙ୍କ ସଞ୍ଚିତ ଅର୍ଥ ଶେଷ ହୋଇଯିବା ପରେ ଘରକୁ ଫେରିବା ଯୋଜନା କରିଥିଲେ ।

ଯୋଜନା ଅନୁଯାୟୀ କୃଷ୍ଣ ଓ ତାର ପତ୍ନୀ ପ୍ରମିଳା ନିଜର ଦୁଇ ସନ୍ତାନଙ୍କୁ ଧରି ସାଇକଲରେ ଘରକୁ ଫେରୁଥିଲେ । ଗୁରୁବାର ବିଳମ୍ବିତ ରାତିରେ ଲକ୍ଷ୍ନୌର ସହିଦ ପଥ ଅଞ୍ଚଳରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଏଥିରେ ସମସ୍ତେ ଗୁରୁତର ଆହତ ହୋଇଥିଲେ । ପୋଲିସ ସେମାନଙ୍କୁ ଉଦ୍ଧାର କରି ଲୋହିଆ ହସ୍ପିଟାଲରେ ଭର୍ତ୍ତି କରିଥିଲା । ମାତ୍ର ଡାକ୍ତରଖାନାରେ କୃଷ୍ଣ ଓ ପ୍ରମିଳାଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କର ଦୁଇବର୍ଷର ପୁଅ ନିଖିଲ ଓ ୪ବର୍ଷର ଝିଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published.