ମାଇଗ୍ରେନ୍ ସମସ୍ୟାରୁ ମୁକ୍ତି ଦେବ ଅଦା, ଜାଣନ୍ତୁ କିଭଳି କରିବେ ବ୍ୟବହାର
ମାଇଗ୍ରେନ୍ ସମସ୍ୟାକୁ ଏକ ସାଧାରଣ ମୁଣ୍ଡବିନ୍ଧା ଭାବିବା ଭୁଲ୍ । ମୁଣ୍ଡରେ ଭିଷଣ ଦରଜ ହେବା, ଅତ୍ୟଧିକ ମୁଣ୍ଡ ବିନ୍ଧା, ଅଧିକାଂଶ ସମୟ ଅସ୍ୱସ୍ଥି ଅନୁଭବ କରିବା, ଉଜ୍ଜ୍ୱଳ ପ୍ରତି ସମ୍ବେଦନଶୀଳ ହେବା, ଚିଡ଼ଚିଡ଼ା ହେବା ପ୍ରଭୃତି ମାଇଗ୍ରେନର ଲକ୍ଷଣ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ । କିନ୍ତୁ ପ୍ରାକୃତିକ ଉପାୟରେ ମଧ୍ୟ ଆପଣ ଏହି ସମସ୍ୟାର ସମାଧାନ କରିପାରିବେ । ମାଇଗ୍ରେନ୍ ହେବାର ମୁଖ୍ୟ କାରଣ ହେଉଛି – ଶରୀରରେ ମ୍ୟାଗ୍ନେସିୟମର ଅଭାବ । ତେଣୁ ନିଜ ରୁଟିନ୍ ଡାଏଟରେ ମ୍ୟାଗ୍ନେସିୟମ୍ ଯୁକ୍ତ ଖାଦ୍ୟ ଯଥା ବାଦାମ୍, ରାଶି, କାଜୁ, ଅଣ୍ଡା, ଖିର ଓ ବିଭିନ୍ନ ଡ୍ରାଏଫୁଡସ ସାମିଲ୍ କରନ୍ତୁ । ଏହା ବ୍ୟତୀତ ମାଇଗ୍ରେନ୍ ଦୂର କରିବାର ସବୁଠାରୁ ସରଳ ଓ ସହଜ ଉପାୟ ହେଉଛି ଅଦାର ବ୍ୟବହାର । ମୁଣ୍ଡବିନ୍ଧା ଓ ଅସ୍ୱସ୍ଥିକର ଅନୁଭବ କରିବା ସମସ୍ୟାରୁ ଅଦା ମୁକ୍ତି ଦେଇପାରିବ । ମାଇଗ୍ରେନ୍ର ତିବ୍ରତାକୁ ମଧ୍ୟ ଅଦା ଦ୍ୱାରା ନିୟନ୍ତ୍ରଣ କରିହେବ ।
କିଭଳି କରିବେ ବ୍ୟବହାର –
୧- ଅଦାକୁ ଶୁଖାଇ ଭଲ ଭାବେ ଗୁଣ୍ଡ କରନ୍ତୁ । ଗୋଟିଏ ଚାମଚ ଅଦା ଗୁଣ୍ଡ ପ୍ରତିଦିନ ଉଷୁମ ପାଣି ସହିତ ଖାଆନ୍ତୁ । ସକାଳେ ଓ ସନ୍ଧ୍ୟାରେ ଏହାକୁ ସେବନ କରନ୍ତୁ ।
୨- ଅଦାର ଏକ ଛୋଟ ଖଣ୍ଡକୁ ଏକ ଗ୍ଲାସ ପାଣିରେ ପକାଇ ଭଲ ଭାବେ ଫୁଟାନ୍ତୁ । ଏହାକୁ ଥଣ୍ଡା କରି ପିଅନ୍ତୁ ।
୩- ତରକାରୀ କରିବା ସମୟରେ ଅଦାକୁ ହାଲ୍କା ଭାବେ ଛେଚି ତରକାରୀରେ ପକାନ୍ତୁ । ସେହି ଅଦାକୁ ଖାଆନ୍ତୁ । ଖଣ୍ଡେ ଅଦାକୁ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ, ଦିନକୁ ୫-୬ ଥର ୨ଟି କିମ୍ବା ୩ଟି ଟୁକୁଡ଼ା ନେଇ ଖାଆନ୍ତୁ ।