ବାୟୁସେନାର ମିଗ୍-୨୯ ବିମାନ ଦୁର୍ଘଟଣା
ଭୁବନେଶ୍ୱର,(ଓଡ଼ିଶା ଟାଇମ): ବାୟୁସେନାର ଏକ ମିଗ୍-୨୯ ଯୁଦ୍ଧବିମାନ ପଞ୍ଜାବର ନୱାନସେହର ଜିଲା ରୁର୍କି କାଲାନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶୁକ୍ରବାର ସକାଳେ ଏହି ଦୁର୍ଘଟଣା ହୋଇଥିବା ନେଇ ହୋସିଆରପୁର ଏସଏସପି ଗୌରବ ଗର୍ଗ ସୂଚନା ଦେଇଛନ୍ତି ।
ଦୁର୍ଘଟଣାଗ୍ରସ୍ତ ଯୁଦ୍ଧବିମାନରୁ ବାୟୁସେନାର ପାଇଲଟ ଜଣକ ସୁରକ୍ଷିତ ବାହାରି ଆସିବାରେ ସଫଳ ହୋଇଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଗୁରୁବାର ବାୟୁସେନାର ଏକ ଏମଆଇ-୧୭ ମଧ୍ୟମ ଟ୍ରାନ୍ସପୋର୍ଟ ହେଲିକପ୍ଟର ସିକିମ୍ର ମୁକୁତାଙ୍ଗରେ ଜରୁରୀ ଅବତରଣ କରିଥିଲା ।