ରଥ ତିଆରିକୁ ଅନୁମତି, ଯାତ୍ରା ନିଷ୍ପତ୍ତି ନେବେ ରାଜ୍ୟ ସରକାର
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବ ନା ନାହିଁ? ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନେବା ଲାଗି କେନ୍ଦ୍ର କୋଟ;କୁ ଫିଙ୍ଗାଯାିଥିବା ବଲ୍ର ଜବାବ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରଣାଳୟ ଦେଇଥିବେ ଏକ ପତ୍ରରେ ଦର୍ଶାଯାଇଛି ଯେ, ବର୍ତ୍ତମାନର ନିୟମ ଅନୁସାରେ ରଥ ନିର୍ମାଣ କାର୍ଯ୍ୟକୁ ଅଟକରାଇବାର କୌୗଣସି ଯଥାର୍ଥତା ନାହିଁ। ବଡ଼ଦାଣ୍ଡର ଦୁଇ ପାଶ୍ଵର୍ର୍ରେ ଥିବା ରଥଖଳାରେ ରଥକାମ ଚାଲିପାରିବ। କିନ୍ତୁ ରଥଯାତ୍ରା ହେବ କି ନା ସେ ନିଷ୍ପତ୍ତିି ସେତେବେଳର ପରିସ୍ଥିତିକୁ ଦେଇଖ ରାଜ୍ୟ ସରକାର ଗ୍ରହଣ କରିବେ।
କୋଭିଡ୍-୧୯ ଲକ୍ଡାଉନ୍ ଓ କଟକଣାକୁ ଦୃଷ୍ଟିରେ ରଖି ଏବର୍ଷର ରଥଯାତ୍ରା ହୋଇପାରିବ ନା ନାହିଁ ସେଥିନେଇ ଅନେକ ଆଲୋଚନା-ପର୍ଯ୍ୟାଲୋଚନା ଚାଲିଛି। ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରାକୁ ମନ୍ଦିର ଭିତରେ କରାଇବା ଲାଗି ସରକାର ନିର୍ଦେଶ ଦେଇଥିଲେ ମଧ୍ୟ ମନ୍ଦିର ବାହାରେ ସମସ୍ତ ପ୍ରତିକାର ଗ୍ରହଣ କରି ରଥ ନିର୍ମାଣ ହେବ କି ନା ନିଷ୍ପତ୍ତି ନେଇ ପାରି ନଥିଲେ। ଅପରପକ୍ଷେ ବିଧି ଅନୁସାରେ ରଥ ନିର୍ମାଣ ଆରମ୍ଭ କରିବା ଲାଗି ନୃସିଂହ ଚତୁର୍ଦଶୀ ଦିନ ଶୁଭ ଦିନ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏ ବାବଦରେ ନିଶ୍ପତ୍ତି ନେବା ବଦଳରେ କେନ୍ଦ୍ର ଉପରକୁ ନିଜ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ଏନେଇ ଏକ ଚିଠି ଲେଖିଥିଳେ। ଏହି ଚିଠିକୁ ବିଚାର କରି କେନ୍ଦ୍ର ସରକାର ନିଜର ନିଷ୍ପତ୍ତି ଶୁଣାଇଛନ୍ତି।
ବଡ଼ଦାଣ୍ଡର ଦୁଇପାର୍ଶ୍ବରେ ମନ୍ଦିର ଅଫିସଠାରୁ ଶ୍ରୀନଅର ଯାଏ ପାରମ୍ପରିକ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ପାଇଁ ସରକାର ଅନୁମତି ଦେଉଛନ୍ତି। କିନ୍ତୁ ଏଥିଲାକି କିଛି ସର୍ତ୍ତ ମାନିବାକୁ ହେବ।
ଯେଉଁ ସର୍ତ୍ତକୁ ମାନିବା ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟ କହିଛନ୍ତି ସେଗୁଡ଼ିକ ହେଲା
- ରଥଖଳାରେ କୌଣସି ଲୋକଙ୍କ ସମାଗମ ହେବ ନାହିଁ। ରଥଖଳା ବିଭିନ୍ନ ଭାଗରେ ବିଭକ୍ତ ହେବା ଦରକାର। ଅର୍ଥାତ୍ ସୋଶାଲ୍ ଡିଷ୍ଟାନ୍ସିଂ ନିୟମକୁ ପାଳନ କରିବା ପାଇଁ କୁହାଯାଇଛି।
- ଦ୍ଵିତୀୟରେ ମେ’ ୧ ତାରିଖରେ ଯେଉଁ ଲକ୍ଡାଉନ୍ ନିର୍ଦେଶାବଳୀକୁ ପାଳନ ପାଇଁ ନିର୍ଦେଶ ଦିଆଯାଇଛି ତାହା ପାଳନ ହେବା ଦରକାର।
କିନ୍ତୁ ଗୃହମନ୍ତ୍ରଣାଳୟ କହିଛନ୍ତି ଯେ, ରଥଯାତ୍ରା ହେବ କି ନା ତାହା ଏବେଠାରୁ କହିହେବ ନାହିଁ। ଏ ବାବଦରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ସେତେବେଳର ପରିସ୍ଥିତିକୁ ଦେଖି ଏ ବାବଦରେ ନିଷ୍ପତ୍ତି ନେବାକୁ କୁହାଯାଇଛି।
ଚଳିତମାସ ୪ ତାରିଖ ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଆବଶ୍ୟକ ମତାମତ ଦେବା ଲାଗି ଅନୁରୋଧ କରାଯାଇଥିଲା। ରାଜ୍ୟ ସରକାର ଏହାକୁ ତର୍ଜମା କରି ୬ ତାରିଖ ଦିନ କେନ୍ଦ୍ରକୁ ପରିଚାଳନା କମିଟିଙ୍କ ରଥ ନିର୍ମାଣ ନିଷ୍ପତ୍ତି ସମ୍ପର୍କରେ ଆବଶ୍ୟକ ନିର୍ଦେଶ ଦେବାକୁ କହିଥିଲେ।
ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଲେଖାଯାିଥିବା ଚିଠିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ, ରଥଖଳାରେ କୌଣସି ଧାର୍ମିକ ସମାବେଶ ହେବ ନାହିଁ। କେବଳ ଆବଶ୍ୟକ ନିର୍ମାଣକାରୀ ସେଥିରେ ନିୟୋଜିତ ହେବ। ରଥ ନିର୍ମାଣ କାର୍ଯ୍ୟସ୍ଥଳୀକୁ କପଡ଼ା ଟାଙ୍ଗି ଅଲଗା କରାଯିବ। ଏଠାରେ ବାହାର ଲୋକଙ୍କ ପ୍ରବେଶ ନିଷେଧ ରହିବ। ତୃତୀୟରେ ଭରତ ସରକାରଙ୍କ କୋଭିଡ୍୧୯ ନିୟମାବଳୀକୁ ପାଳନ କରାଯିବ।
ଏହାକୁ ଅନୁଧ୍ୟାନ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶ୍ରୀମନ୍ଦିର ପରିଚାଳନା କମିଟିକୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି।