ମେଙ୍ଗୋ ଫେସିଆଲ୍ : ଉଜ୍ଜ୍ୱଳ ତ୍ୱଚା ସହିତ ସ୍କିନ୍ ଡିଜିଜରୁ ମୁକ୍ତି
ଫଳର ରାଜା ଆମ୍ବର ରାଜୁତି ଏବେ ଚାରିଆଡ଼େ । ଏହା ଦେଖିବାକୁ ଯେତିକି ସୁନ୍ଦର ଖାଇବା ପାଇଁ ସେତିକି ଟେଷ୍ଟି । କିନ୍ତୁ ଆପଣ ଜାଣିଛନ୍ତି କି ଆମ୍ବ ଦ୍ୱାରା ଫେସପ୍ୟାକ୍ ମଧ୍ୟ ପ୍ରସ୍ତୁତ ହୋଇପାରିବ । ଏହି ମେଙ୍ଗୋ ଫେସପ୍ୟାକ୍ ତ୍ୱଚାରେ ଚମକ ଆଣିବା ସହିତ ଛୋଟମୋଟ ସ୍କିନ୍ ଡିଜିଜକୁ ମଧ୍ୟ ଦୂର କରିଥାଏ । ବିଭିନ୍ନ ଉପାୟରେ ଏହି ମେଙ୍ଗୋ ଫେସପ୍ୟାକ୍ ପ୍ରସ୍ତୁତ ହୋଇପାରିବ ।
ତେବେ ଆସନ୍ତୁ ଜାଣିବା –
ଆମ୍ବ ଓ ମହୁ –
ପ୍ରଥମେ ଆମ୍ବର ରସକୁ ଏକ ବାଉଲରେ ବାହାର କରନ୍ତୁ ଏବଂ ଏଥିରେ ୧୦ ବୁନ୍ଦା ମହୁ ମିଶାନ୍ତୁ । ଏହାକୁ ଭଲ ଭାବେ ଗୋଳାଇ ଚେହେରାରେ ଲଗାନ୍ତୁ ଏବଂ ସ୍କିନ୍ ଡିଜିଜ୍ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏହାକୁ ଅଧଘଣ୍ଟା ରହି ଉଷୁମ ପାଣିରେ ଧୋଇଦଅନ୍ତୁ । ଏହି ମିଶ୍ରଶ ଚେହେରାରୁ ମୃତ କୋଷିକାଗୁଡ଼ିକୁ ବାହାର କରି ତ୍ୱଚାରେ ଉଜ୍ଜ୍ୱଳତା ଆଣିଥାଏ ।
ଆମ୍ବ ଓ ମୁଲତାନି ମାଟି-
ଆମ୍ବ ରସ, ମୁଲତାନି ମାଟି, ଦହି ଓ ପାଣିର ଏକ ପେଷ୍ଟ ପ୍ରସ୍ତୁତ କରି ଚେହେରାରେ ଲଗାନ୍ତୁ । ଏହା ତ୍ୱଚାକୁ କୋମଳ ରଖିବା ସହିତ ବୟସର ଛାପ ଆଣିବାକୁ ଦେଇନଥାଏ ।
ଆମ୍ବ ଓ ବେସନ –
ଅଳ୍ପ ବେସନ ନେଇ ସେଥିରେ ଆମ୍ବ ରସ ଓ ୨-୩ ବୁନ୍ଦା ଗୋଲାପ ଜଳ ପକାଇ ଏକ ଗାଢ଼ା ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହାକୁ ଚେହେରା ଓ ବେକରେ ଲଗାନ୍ତୁ । ଏହି ପେଷ୍ଟ୍ ଚେହେରାରେ ଥିବା କଳାଦାଗ ଓ ବେକ ପଛପାଖରେ କଳା ପଡ଼ିଯାଇଥିବା ସ୍ଥାନକୁ ଧୀରେ ଧୀରେ ସଫା କରିବାରେ ସହାୟକ ହୋଇଥାଏ । ତେଣୁ ତ୍ୱଚାର ରଙ୍ଗ ଗୋରା ହୋଇଥାଏ ।