ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଘରୋଇ ଉପାୟ

ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଅନେକ ପ୍ରକାର ଆର‌୍ୟୁବେଦିକ୍ ଔଷଧ ଉପରେ ସମେସ୍ତ ଅଧିକ ଗୁରୁତ୍ୱ ଦେଇଥାନ୍ତି । ବିଶେଷ ଭାବେ ପାଠ ପଢ଼ୁଥିବା ପିଲାଙ୍କ ପାଇଁ ସ୍ମରଣ ଶକ୍ତି ବୃଦ୍ଧି କରିବା ଆବଶ୍ୟକତା ରହିଛି । ଏହାଛଡ଼ା ବୟସ ବଢ଼ିବା ସହିତ କେତେଜଣଙ୍କ କ୍ଷେତ୍ରରେ ସ୍ମରଣ ଶକ୍ତି ହ୍ରାସ ପାଇଥାଏ । ତେବେ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଏକ ଘରୋଇ ଉପାୟ ରହିଛି, ଯାହାକି ଖୁବ୍ ସହଜ ଓ ସରଳ । ହାତ ପାହାନ୍ତାରେ ମିଳୁଥିବା ଜିନିଷରେ ଏହି ମହୌଷଧିକୁ ଆପଣ ଘରେ ପ୍ରସ୍ତୁତ କରିପାରିବେ । ଏଥିପାଇଁ ଆପଣଙ୍କୁ ଦରକାର ହେବ ୧ ଚାମଚ ସୁଦ୍ଧ ଗାଇ ଘିଅ, ୧ ଚାମଚ ମହୁ ଓ ଅଧା ଚାମଚ ବଚ । ଆପଣ ଯେ କୌଣସି ଆର‌୍ୟୁବେଦ ଔଷଧ ଦୋକାନରେ ବଚ ପାଇପାରିବେ । ବଚକୁ ଗୁଣ୍ଡ କରି ତାହାର ଚୂର୍ଣ୍ଣ, ମହୁ ଓ ଘିଅକୁ ଭଲ ଭାବେ ଫେଣ୍ଟି ସକାଳେ ଖାଲିପେଟରେ ଖାଇଦିଅନ୍ତୁ । ଏହାକୁ ନିୟମିତ ଭାବରେ ପ୍ରତିଦିନ ଗୋଟିଏ ସମୟରେ ହିଁ ଖାଇବାକୁ ପଡ଼ିବ । କିଛି ଦିନ ଏଭଳି କରିବା ପରେ ଆପଣ ନିଜେ ହିଁ ଫରକ ଜାଣିପାରିବେ ।

Leave a Reply

Your email address will not be published. Required fields are marked *