ମିରଟରେ ନିର୍ମାଣ ହେବ ସ୍ଵତନ୍ତ୍ର ଯୁଦ୍ଧ ସ୍ମାରକୀ
ନୂଆଦିଲ୍ଲୀ(ଓଟି): ବିଶ୍ଵସ୍ତ ପ୍ରାଣୀ କୁକୁର। ସର୍ବଦା ମଣିଷର ସହାୟତା କରିଆସୁଛି। ଏପରିକି ପୁଲିସ୍ ଓ ସେନାବଳକୁ ମଧ୍ୟ କୁକୁରମାନଙ୍କ ଅବଦାନ ଯଥେଷ୍ଟ। ଯୁଦ୍ଧକ୍ଷେତ୍ରରେ ବି ରହିଛି ଅନେକ ଭୂମିକା। ଆଉ ସେଭଳି ପ୍ରାଣୀ ଯୁଦ୍ଧରେ ପ୍ରାଣ ହରାଇଲେ ନିଶ୍ଚିତ ଦୁଃଖର ବିଷୟ। ଏଥିପାଇଁ ସ୍ମୃତି ସ୍ମାରକୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ପ୍ରାଣ ହରାଇଥିବା କୁକୁର ପାଇଁ ମିରଟରେ ଯୁଦ୍ଧ ସ୍ମାରକୀ ନିର୍ମାଣ କରାଯିବ। ‘ରିମାଉଣ୍ଟ୍ ଆଣ୍ଡ୍ ଭେଟରିନାରି କର୍ପସ୍ ସେଣ୍ଟର୍ ଓ କଲେଜ୍’ରେ ଏହି ସ୍ମାରକୀ ନିର୍ମାଣ କରାଯିବ। ଏହା ଦିଲ୍ଲୀସ୍ଥିତି ‘ନ୍ୟାସ୍ନାଲ୍ ଓ୍ଵାର୍ ମେମୋରିଆଲ୍’ ଭଳି ହେବାକୁ ଥିଲେ ବି ଆକାର କ୍ଷୁଦ୍ରତର ହେବ। ଏଥିନିମନ୍ତେ ଖୁବ୍ ଶୀଘ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପାଖରୁ ଅନୁମୋଦନ ମିଳିଯିବ ବୋଲି ସେନାଧିକାରୀମାନେ କହିଛନ୍ତି। ୧୯୯୯ ମସିହାରେ କାର୍ଗିଲ୍ ଯୁଦ୍ଧ ଲଢ଼ିବାବେଳେ ପ୍ରାଣ ହରାଇଥିବା ପ୍ରାଣୀମାନେ ମଧ୍ୟ ଏଥିରେ ସ୍ଥାନ ପାଇବେ। ପ୍ରାଣୀମାନଙ୍କ ନିମନ୍ତେ ଏହା ଭାରତର ପ୍ରଥମ ଯୁଦ୍ଧ ସ୍ମାରକୀ ହେବ।କୁ ଥିବାବେଳେ ସ୍ମାରକୀସ୍ଥଳରେ ଖଣ୍ଡେ ଗ୍ରାନାଇଟ୍ ଶିଳା ଉପରେ ୩୦୦ କୁକୁର, ୩୫୦ କୁକୁର ପରିଚାଳକ, ଅଳ୍ପ କେତେକ ଅଶ୍ୱ ଏବଂ ଖଚରଙ୍କ ନାମ ଖୋଦେଇ କରାଯିବ ବୋଲି ଜଣାପଡ଼ିଛି।











