ଏଣିକି ଆକାଶପଥ ଯାତ୍ରା ପାଇଁ ମେଡିକାଲ ସାର୍ଟିଫିକେଟ୍ ଜରୁରୀ
ନୂଆଦିଲ୍ଲୀ (ଓଡ଼ିଶା ଟାଇମ୍): ମହାମାରୀ କରୋନା ଭାଇରସ୍ ଯୋଗୁଁ ଦେଶ ରହିଛି ଦ୍ଵିତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ। ଏହାର ଅବଧି ଆସନ୍ତା ମେ ୩ରେ ସମାପ୍ତ ହେବ। ତେବେ ଆଗକୁ କଣ ହେବ ପରିସ୍ଥିତି ଓ ସରକାର କଣ ନେବେ ନିଷ୍ପତ୍ତି ତାହା ଜଣାପଡ଼ିନି। କିନ୍ତୁ ଆଗକୁ ଯେବେ ଫ୍ଲାଇଟ୍ ଉଡ଼ାଣ ପାଇଁ ଅନୁମତି ମିଳିବ; ଯାତ୍ରୀଙ୍କୁ ମେଡିକାଲ ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ କରୋନା ସଂକ୍ରମଣ ପାଇଁ ଦେଶରେ ଚିହ୍ନଟ ହଟସ୍ପଟ୍ ଅଞ୍ଚଳକୁ ବାଦ୍ ଦେଇ ଅନ୍ୟ ଅଞ୍ଚଳରେ ଲକ୍ଡାଉନ୍ ହଟାଇବା ଉପରେ ସରକାରୀସ୍ତରରେ ବିଚାର ବିମର୍ଷ ଚାଲିଛି। କିନ୍ତୁ ଟ୍ରେନ୍ ଚଳାଚଳ ଓ ବିମାନ ଉଡ଼ାଣକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ତେବେ ଲକ୍ଡାଉନ୍ ପରେ ଆକାଶପଥରେ ଯାତ୍ରା କରିବାକୁ ହେଲେ ନିଜର ଓ ପରିବାର ଲୋକଙ୍କ ମେଡିକାଲ ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ। ଡାକ୍ତର, ଏୟାରପୋର୍ଟ ଅଧିକାରୀଙ୍କ ଏକ ଟେକ୍ନିକାଲ କମିଟି ଉଡ଼ାଣ ପାଇଁ ନୂଆ ନିୟମ ସମ୍ପର୍କରେ ଆଲୋଚନା କରୁଥିବା ଜଣାପଡ଼ିଛି। ଏହା ଫଳରେ ମହାମାରୀ କରୋନା ସଂକ୍ରମଣ ବ୍ୟାପିବାକୁ ରୋକା ଯାଇପାରିବ।