ଗୁଗୁଲ୍ ଇଣ୍ଡିଆର ଇଣ୍ଡଷ୍ଟ୍ରୀ ହେଡ୍ ହେଲେ ମୟୂରୀ କାଙ୍ଗୋ
ଲୋକପ୍ରିୟ ମ୍ୟୁଜିକ୍ ଆଲବମ୍ ‘ଘର୍ ସେ ନିକଲ୍ ତେ ହି…’ରେ ଯୁଗଲ ହଂସରାଜ୍ ଓ ମୟୁରୀ କାଙ୍ଗୋଙ୍କ ନିଆରା ଯୋଡ଼ିକୁ ବୋଧହୁଏ କେହି ଭୁଲିପାରେ । ଏହି ଡେବ୍ୟୁ ଯୋଡ଼ିଙ୍କ କ୍ୟୁଟ୍ ଚେହେରା ଆଜି ବି ସଙ୍ଗୀତପ୍ରେମୀଙ୍କ ମନରେ ଭାସିଉଠେ । କେତୋଟି ହାତ ଗଣତି ଫିଲ୍ମ ପରେ ବଲିଉଡ୍ ଇଣ୍ଡଷ୍ଟ୍ରୀରୁ ହଜି ଯାଇଥିବା ମୟୂରୀ କାଙ୍ଗୋ ଏବେ ପୁଣିଥରେ ଲାଇମଲାଇଟକୁ ଫେରିଛନ୍ତି । ଗୁଗୁଲ୍ ପକ୍ଷରୁ ଏବେ ମୟୁରୀଙ୍କୁ ଏକ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି । ଏବେ ସେ ଗୁଗୁଲ୍ ଇଣ୍ଡିଆର ଇଣ୍ଡଷ୍ଟ୍ରୀ ମୁଖ୍ୟ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଏହାପୂର୍ବରୁ ସେ ଏକ କମ୍ପାନୀରେ ମ୍ୟାନେଜିଙ୍ଗ୍ ଡାରେକ୍ଟର୍ ଭାବେ କାମ କରୁଥିଲେ । ସୂଚନାଯୋଗ୍ୟ ଆଇଆଇଟିରେ ସିଲେକସନ୍ ପାଇଥିଲେ ମଧ୍ୟ ମୟୂରୀ ବଲିଉଡକୁ ପ୍ରାଧାନ୍ୟ ଦେଇଥିଲେ । ବଲିଉଡ୍ ଫିଲ୍ମ ‘ପାପା କେହେତେ ହେଁ’ ଓ ‘ହୋଗି ପ୍ୟାର୍ କି ଜିତ୍’ ପରେ ମୟୁରୀଙ୍କୁ ୨୦୦୦ ମସିହାରେ ଏକ ତେଲୁଗୁ ଫିଲ୍ମରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।
ବଡ଼ ପରଦାରେ ବିଫଳ ହେବା ପରେ ସେ ଛୋଟ ପରଦାର ଅନେକ ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲେ । କିନ୍ତୁ ସେ ବିଶେଷ ଭାବେ ସଫଳ ହୋଇପାରିନଥିଲେ । ୨୦୦୩ରେ ମୟୂରୀ ଏନଆରଆଇ ଆଦିତ୍ୟ ଢିଲ୍ଲନଙ୍କୁ ବିବାହ କରି ବିଦେଶ ଚାଲିଯାଇଥିଲେ । ୨୦୦୪ରୁ ୨୦୧୨ ପର୍ଯ୍ୟନ୍ତ ସେ ବିଦେଶର କୌଣସି କମ୍ପାନୀରେ ଜବ୍ କରୁଥିଲେ । ଆଉ ଏକ ଖବର ଅନୁଯାୟୀ ସେ ଭାରତ ଫେରିଆସିଛନ୍ତି ବୋଲି ବହୁତଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା । ଭାରତକୁ ଫେରିବା ପରେ ଏଭଳି ଏକ ପଦ ମର୍ଯ୍ୟାଦା ପାଇ ସେ ବହୁତ ଖୁସି ଜଣାପଡ଼ୁଛନ୍ତି ।