କଂଗ୍ରେସକୁ ମାୟାବତୀଙ୍କ ଝଟକା
ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସକୁ ଅନେକ ଝଟକା ଲାଗିବାରେ ଲାଗିଛି। ମଙ୍ଗଳବାର ଦିନ ଉତ୍ତରପ୍ରଦେଶ କଂଗ୍ରେସକୁ ବଡ ଝଟ୍କା ଲାଗିଛି। ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ଆଜି ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ କଂଗ୍ରେସ ସହ ମେଣ୍ଟ କରିବ ନାହିଁ। ଉତ୍ତରପ୍ରଦେଶରେ କଂଗ୍ରେସ ସହ ମେଣ୍ଟ ହେବନାହିଁ। କେବଳ ୟୁପିରେ ନୁହେଁ ସାରା ଦେଶରେ କୌଣସି ବି ସ୍ଥାନରେ କଂଗ୍ରେସ ସହ ବିଏସପି ମେଣ୍ଟ କରିବ ନାହିଁ। ସେ କହିଛନ୍ତି ସମାଜବାଦୀ ପାର୍ଟି(ଏସପି)- ବିଏସପି ମେଣ୍ଟ ଉତ୍ତରପ୍ରଦେଶରେ ବିଜେପିକୁ ହରାଇବା ପାଇଁ ଯଥେଷ୍ଟ।
ଲକ୍ଷ୍ନୌରେ ବିଏସପିର ଅଖିଳ ଭାରତୀୟ ବୈଠକରେ ଲୋକସଭା ନିର୍ବାଚନ ପ୍ରସ୍ତୁତି ଓ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ବିଷୟରେ ଚର୍ଚ୍ଚା ଭିତରେ ଏକଥା ଘୋଷଣା ହୋଇଛି ମାୟାବତୀ। ବିଏସପି କୌଣସି ବି ରାଜ୍ୟରେ କଂଗ୍ରେସ ସହ ନିର୍ବାଚନୀ ବୁଝାମଣା କରିବ ନାହିଁ ବୋଲି ବୋଲି ସ୍ପଷ୍ଟ କରିଛନ୍ତି ସେ।
ସୂଚନାଯୋଗ୍ୟ ୟୁପିରେ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି(ଏସପି) ଏବଂ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବିଏସପି) ମଧ୍ୟରେ ଆଗରୁ ଉତ୍ତରପ୍ରଦେଶ ପାଇଁ ମେଣ୍ଟ ଏବଂ ଆସନ ବୁଝାମଣା ଘୋଷଣା କରିସାରିଛନ୍ତି। ତେବେ ଅଖିଳେଶ ଯାଦବ ପୂର୍ବରୁ କହୁଥିଲେ କଂଗ୍ରେସ ମଧ୍ୟ ଏହି ମେଣ୍ଟର ଅଂଶୀଦାର। ତେବେ ମାୟାବତୀଙ୍କ ତାଜା ନିଷ୍ପତ୍ତି ପରେ ସ୍ଥିତି ସ୍ପଷ୍ଟ ହୋଇଯାଇଛି । ତେବେ ବିଏସପିର ଏହି ନିଷ୍ପତ୍ତିରେ ଯେଉଁ ଯେଉଁ ସ୍ଥାନରେ ତ୍ରୀକୋଣୀୟ ମୁକାବିଲା ହେବ ସେଠାରେ ଭାରତୀୟ ଜନତା ପାର୍ଟିକୁ ଫାଇଦା ମିଳବ।
ମୋଦି ଓ ବିଜେପିକୁ ରୋକିବା ପାଇଁ ମହାମେଣ୍ଟ ପାଇଁ କରିବା ପାଇଁ ଚେଷ୍ଟା କରାଯାଉଛି। ତେବେ ମାୟାବତୀଙ୍କ ଏହି ଘୋଷଣା ପରେ ମହାମେଣ୍ଟ ସମ୍ଭାବନାକୁ ଶକ୍ତ ଝଟକା ଲାଗିଛି।
ମହାରାଷ୍ଟ୍ର ବି ଝଟକା

ଏହା ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ଏବଂ ବିଧାନସଭାରେ ବିରୋଧି ଦଳ ନେତା ଥିବା ରାଧାକୃଷ୍ଣ ବିଖେ ପାଟିଲଙ୍କ ପୁଅ ସୁଜୟ ବିଖେ ପାଟିଲ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ସାମିଲ ହେବା ପରେ ସୁଜୟ ଦଳୀୟ ନେତାଙ୍କୁ ଭରପୁର ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଏଥିପାଇଁ କୃତଜ୍ଞତା ଅର୍ପଣ କରୁଛି।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :