ସୁପ୍ରିମକୋର୍ଟଙ୍କୁ ମାୟାଙ୍କ ଜବାବ : ଲୋକଙ୍କର, କାଂଶିରାମଙ୍କ ଇଚ୍ଛାକୁ ପାଳନ କରିଛୁ

ଟଙ୍କା ଫେରାଇବାର ପ୍ରଶ୍ନ ଉଠୁନାହିଁ

ଯଦି ଭଗବାନ ରାମଙ୍କ ମୂର୍ତ୍ତି ତିଆରି ହୋଇ ପାରିବ ତେବେ ମୋର କାହିଁକି ନୁହେଁ? 

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀ ରାଜ୍ୟରେ ତାଙ୍କ ମୂର୍ତ୍ତୀ ସ୍ଥାପନ ନେଇ ହୋଇଥିବା ଖର୍ଚ୍ଚ ସମ୍ୱନ୍ଧୀୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଜବାବ ଦାଲଖ କରିଛନ୍ତି। ସେ ଏହି ପ୍ରଦକ୍ଷେପକୁ ସଠିକ ବୋଲି ଦର୍ଶାଇଛନ୍ତି। ନିଜ ସତ୍ୟପାଠରେ ମାୟାବତୀ କହିଛନ୍ତି ଯେ, ହାତୀ ବେତିରେକେ ମୋର ପ୍ରତିମୂର୍ତ୍ତୀ ସ୍ଥାପନ କରିବା ଲୋକଙ୍କ ଇଚ୍ଛା ଓ ଦାବି ଅନୁସାରେ କରାଯାଇଛି। ଦିବଙ୍ଗତ ନେତା କାଂଶୀରାମ ମଧ୍ୟ ଏହା ଚାହୁଁଥିଲେ।

ମୂର୍ତ୍ତୀ ବାବଦରେ ହୋଇଥିବା ଖର୍ଚ୍ଚକୁ ନ୍ୟାୟୋଚିତ ବୋଲି ଦର୍ଶାଇ ସେ କହିଥିଲେ ଯେ, ବିଧାନସଭାରେ ଏନେଇ ଚର୍ଚ୍ଚା ହୋଇଥିଲା। ଏଥିପାଇଁ ବଜେଟ ମଧ୍ୟ ମଞ୍ଜୁର କରାଯାଇଥିଲା। ମୂର୍ତ୍ତୀ ଲଗାଇବା ଘଟଣା ଜନଭାବନା ସହ ଜଡିତ। ଦଳିତ ଆନ୍ଦୋଳନରେ ମୋ ଯୋଗଦାନକୁ ଦୃଷ୍ଟିରେ ରଖି ମୂର୍ତ୍ତୀ ଲଗାଯାଇଛି। ତେଣୁ ଏବାବଦରେ ହୋଇଥିବା ଖର୍ଚ୍ଚର ଅର୍ଥ ଫେରାଇବାର କୌଣସି ପ୍ରଶ୍ନ ଉଠୁନାହିଁ।

ଏହି ମାମଲାରେ ସୁପ୍ରିମକୋର୍ଟ ପୂର୍ବରୁ ଅର୍ଥାତ ଫେବୃଆରୀ ୮ ରେ ଶୁଣାଣି ସମୟରେ ଖର୍ଚ୍ଚ କରିଥିଲେ ଯେ, ମୂର୍ତ୍ତୀ ବାବଦରେ ହୋଇଥିିବା ଖର୍ଚ୍ଚ ମାୟାବତୀଙ୍କ ଠାରୁ ଫେରାଇ ଆଣିବା ଦରକାର କି?

ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ କହିଥିଲେ ଯେ, କୋର୍ଟଙ୍କ ବିଚାର ହେଉଛି ମାୟାବତୀଙ୍କ ମୂର୍ତ୍ତୀ ବାବଦରେ ହୋଇଥିବା ଖର୍ଚ୍ଚ ତାଙ୍କଠାରୁ ଆଦାୟ କରି ସରକାରୀ ରାଜକୋଷରେ ଜମା କରିବା ଦରକାର। ୨୦୦୯ ମସିହାରେ ଏକ ଜନସ୍ୱାର୍ଥ ମାମଲରେ ମୂର୍ତ୍ତୀ ବାବଦର ଖର୍ଚ୍ଚ ମାୟାବତୀଙ୍କ ଠାରୁ ଆଦାୟ କରାଯିବାର ଆବେଦନ ସୁପ୍ରିମକୋର୍ଟଙ୍କ ନିକଟରେ କରାଯାଇଥିଲା।

ମାୟାବତୀ ନିଜ ଜବାବରେ ଉଲ୍ଲେଖ କରିଛନ୍ତି ଯେ, ଟଙ୍କା ଶିକ୍ଷା ବାବଦରେ ଖର୍ଚ୍ଚ ହେବ କି ସ୍ୱାସ୍ଥ୍ୟ ବାବଦରେ ଏହା ଏକ ଆଲୋଚନାର ବିଷୟ। କୋର୍ଟ ଏହି ନିଷ୍ପତ୍ତି ନେଇପାରିବେ ନାହିଁ। ଆମେ ଲୋକଙ୍କୁ ପ୍ରେରଣା ଦେବା ପାଇଁ ଏହି ସ୍ମାରକ ବନାଇଥିଲୁ। ଏହି ସ୍ମାରକରେ ହାତୀର ମୂର୍ତ୍ତୀ କେବଳ ବାସ୍ତୁଶିଳ୍ପର ଏକ ନିଆରା ଉଦାହରଣ। ଏହା ଖାଲି ବସପାର ନିର୍ବାଚନୀ ଚିହ୍ନକୁ ପ୍ରତିନିଧିତ୍ୱ କରେନାହିଁ। ଲୋକଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ଏହା ଲଗାଯାଇଛି।

ଯଦି ଭଗବାନ ରାମଙ୍କ ମୂର୍ତ୍ତି ତିଆରି ହୋଇ ପାରିବ ତେବେ ମୋର କାହିଁକି ନୁହେଁ? 

ଯଦି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ୨୨୧ଫୁଟର ମୂର୍ତ୍ତି ତିଆରି ହୋଇ ପାରିବ ତେବେ ମୋର କାହିଁକି ନୁହେଁ ବୋଲି କହିଛନ୍ତି ମାୟାବତୀ । ଏ ଦେଶରେ ମୂର୍ତ୍ତି ତିଆରି କରିବାର ପରମ୍ପରା ଅତି ପୁରୁଣା । କଂଗ୍ରେସର ଶାସନ କାଳରେ ଜବାହାରଲାଲ ନେହେରୁ, ରାଜୀବ ଗାନ୍ଧୀ, ପିଭି ନରସିଂହା ରାଓଙ୍କ, ସର୍ଦ୍ଦାର ପଟେଲ, ଶିବାଜୀ, ଏନଟି ରାମାରାଓ ଏବଂ ଜୟଲଳିତାଙ୍କର ମୂର୍ତ୍ତି ତିଆରି କରାଯାଇଥିଲା, ଯାହା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ସେତେବେଳେ କେହି ସରକାରଙ୍କର ଏଭଳି କାମ ଉପରେ ପ୍ରଶ୍ନ ଉଠାଇ ନଥିଲେ ଏବଂ ସୁପ୍ରିମ କୋର୍ଟରେ ମଧ୍ୟ ଅଭିଯୋଗ କରି ନଥିଲେ । ତେବେ ଏବେ କାହିଁକି ଉଠାଉଛନ୍ତି । ମୁଁ ମୋ ସାରା ଜୀବନ ଦଳିତମାନଙ୍କ ସେବାରେ ବିତାଇ ଦେଇଛି । ଏଥି ପାଇଁ ମୁଁ ବିବାହ କରି ନାହିଁ । ସେ ହିସାବରେ ମୋର ମଧ୍ୟ ମୂର୍ତ୍ତି ତିଆରି ହେବା ଦରକାର ବୋଲି କହିଛନ୍ତି ମୟାବତୀ ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜେଡି ଟିକଟ: ମିଡିଆ ମାଲିକ ଫାଇଦାରେ ଆଶାୟୀ ସାମ୍ବାଦିକ ଭକୁଆ

କିଏ ହେବେ ସାଂସଦ-୧: ବାଲେଶ୍ଵରରେ ରବୀନ୍ଦ୍ର ଜେନା ବନାମ ପ୍ରତାପ ଷଡ଼ଙ୍ଗୀ

୪୮ ବିଧାନସଭା ଓ ୧୭ ଲୋକସଭା ଆସନରେ ବିଜେଡିର ନୂଆ ମୁହଁ

Leave a Reply

Your email address will not be published. Required fields are marked *