ଓଡ଼ିଶାରେ ଦଳିତ ଓ ଆଦିବାସୀଙ୍କ ଭିତରେ ସର୍ବାଧିକ ତାରତମ୍ୟ
ଓଡ଼ିଶାରେ ଦଳିତ ଓ ଆଦିବାସୀଙ୍କ ଭିତରେ ରହିଛି ସର୍ବାଧିକ ତାରତମ୍ୟ। ଏଠି ଧନୀ ଦଳିତ ଓ ଦରିଦ୍ର ଦଳିତଙ୍କ ଭିତରେ ଏତେ ଅର୍ଥନୀତିକ ପ୍ରଭେଦ ରହିଛି ଯେ ତାହା ଚିନ୍ତାଜନକ। ଏପରି ଅବସ୍ଥା ଦେଶର ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳେ ନାହିଁ। ଏହାଛଡ଼ା ଓଡ଼ିଶାରେ ବିଭିନ୍ନ କର୍ମ ନିଯୁକ୍ତିରେ ଥିବା ସମସ୍ତ ଦଳିତଙ୍କ ଭିତରୁ ନିମ୍ନ ଆୟକାରୀବର୍ଗଙ୍କ ଭିତରେ ରହିଛନ୍ତି ୪୨ ପ୍ରତିଶତ ହେଲେ ଉଚ୍ଚ ଆୟକାରୀବର୍ଗଙ୍କ ଭିତରେ ରହିଛନ୍ତି ୧୫.୮୧ ପ୍ରତିଶତ।
୨୦୧୧ ଜନସଂଖ୍ୟା ରିପୋର୍ଟ ଆଧାରରେ ଦଳିତଙ୍କ ନିଯୁକ୍ତି ସମ୍ପର୍କରେ ତର୍ଜମା କରାଯାଇଛି। ଏହି ତର୍ଜମା ଅନୁଯାୟୀ ଉଚ୍ଚ ଆୟକାରୀ ଚାକିରି ଓ ନିମ୍ନ ଆୟକାରୀ ଚାକିରି ବର୍ଗରେ କେତେ ପରିମାଣରେ ଦଳିତ କାମ କରୁଛନ୍ତି ତାହାର ହିସାବ ସାମ୍ନାକୁ ଆସିଛି। ଏହି ହିସାବ ଅନୁସାରେ ଉଚ୍ଚ ଆୟକାରୀ କର୍ମ ଯେମିତି ପ୍ରଫେସନାଲ, କିରାଣୀ, ଟକ୍ନିସିଆନ୍, ରାଜନୀତି ( ବିଧାୟକ ବା ସାଂସଦ), ବରିଷ୍ଠ ଅଧିକାରୀ ତଥା ମ୍ୟାନେଜର ବର୍ଗଙ୍କୁ ସାମିଲ୍ କରାଯାଇଛି। ଦଳିତଙ୍କ ଭିତରୁ ୧୫.୮୧ ପ୍ରତିଶତ ଏହି ବର୍ଗରେ ନିୟୋଜିତ ଥିବା ଜନସଂଖ୍ୟା ରିପୋର୍ଟରେ ପ୍ରକାଶ ପାଇଛି। ଏହି ହାର ହେଉଛଇ ସାବା ଭାରତରେ ସର୍ବନିମ୍ନ।
ସେହିପରି ସର୍ବନିମ୍ନ ଆୟକାରୀ ନିଯୁକ୍ତିରେ କେତେ ପ୍ରତିଶତ ଦଳିତ ରହିଛନ୍ତି ସେ ସମ୍ପର୍କରେ ମିଳିଥିବା ତଥ୍ୟକୁ ଆଧାର କରି ହୋଇଥିବା ଅନୁଶୀଳନରୁ ଏହା ଜଣାଯାଇଛି ଯେ, ବିଭିନ୍ନ କର୍ମ ନିଯୁକ୍ତରେ ଥିବା ଦଳିତଙ୍କ ଭିତରୁ
୪୨ ପ୍ରତିଶତ ନିୟୋଜିତ। ଏହି ପ୍ରକାର ନିୟୋଜନରେ ଆସୁଥିବା କ୍ଷେତ୍ରଗୁଡ଼ିକ ହେଉଛି, କୌଣସି କାରଖାନାରେ ମସିନ୍ ଅପରେଟର, କୌଣସି ହସ୍ତଶିଳ୍ପ କାର୍ଯ୍ୟ, ଦକ୍ଷ କୃଷି ଶ୍ରମିକ, ମତ୍ସ୍ୟ ବ୍ୟବସାୟ, ତଥା କୌଳିକ ବୃତ୍ତି।
ଓଡ଼ିଶା ସହ ପଞ୍ଜାବ ପାଖାପାଖି
ଉଚ୍ଚବର୍ଗୀୟ ଦଳିତ ଓ ନିମ୍ନ ଆୟକାରୀ ବର୍ଗର ଦଳିତଙ୍କ ଭିତରେ ଥିବା ତଫାତ୍ ଓଡ଼ିଶାରେ ଯେତିକି ତାହାର ପାଖାପାଖି ରହିଛି ପଞ୍ଜାବ। ଓଡ଼ିଶାରେ ଏହି ତାରତମ୍ୟ ୨୬.୧୯ ପ୍ରତିଶତ ଥିବାବେଳେ ପଞ୍ଜାବରେ ରହିଛଇ ୨୩.୭୫। ଅପରପକ୍ଷେ ମେଘାଳୟ, ଆସାମ, ମିଜୋରାମ୍, ମଣିପୁର, ଅରୁଣାଚଳ ପ୍ରଦେଶରେ ଦଳିତ ଓ ଆଦିବାସୀବର୍ଗର ସଦସ୍ୟମାନଙ୍କ ନିଯୁକ୍ତି ହାର ସର୍ବାଧିକ। ମିଜୋରାମରେ ୯୪.୫୪ ପ୍ରତିଶତ ନିମ୍ନ ଆୟକାରୀ ବର୍ଗରେ ନିଯୁକ୍ତ ପାଇଥିବାବେଳେ ଉଚ୍ଚ ଆୟକାରୀବର୍ଗରେ ୮୭ ପ୍ରତିଶତ ରହିଛନ୍ତି।