୨୧ରେ ପ୍ରକାଶ ପାଇପାରେ ମାଟ୍ରିକ୍ ପରୀକ୍ଷାଫଳ
ଭୁବନେଶ୍ଵର, (ଓଟି): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆସନ୍ତା ୨୧ତାରିଖ ମଙ୍ଗଳବାର ପୂର୍ବାହ୍ଣରେ ପ୍ରକାଶ ପାଇବା ସମ୍ଭାବନା ରହିଛି। ଏନେଇ ବୋର୍ଡ଼ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ରାଜ୍ୟ ଗଣଶିକ୍ଷା ସଚିବଙ୍କୁ ଅବଗତ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରାଜ୍ୟ ବାହାରେ ଏକ ପ୍ରସେସିଙ୍ଗ୍ କମ୍ପାନୀରେ ମାର୍କ ପ୍ରସେସିଙ୍ଗ୍ ସମ୍ପୂଣ୍ଣ ହୋଇଛି। ଏନେଇ ଆବଶ୍ୟକ ତଦାରଖ କରି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ଫେରି ଆସିଛନ୍ତି। ଏନେଇ ଆବଶ୍ୟକ ସୂଚନା ଦେବା ସହ ପରୀକ୍ଷା ଘେଶଷଣା ତାରିଖ ବାବଦରେ ସ୍କୁଲ୍ ଓ ଗଣ ଶିକ୍ଷା ସଚିବ ପ୍ରଦୀପ ମହାପାତ୍ରଙ୍କୁ ଜଣାଇଛନ୍ତି। ସଚିବଙ୍କଠାରୁ ସକରାତ୍ମକ ନିର୍ଦେଶ ପାଇବା ପରେ ବୋର୍ଡ଼ କର୍ତ୍ତୃପକ୍ଷ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଆହ୍ବାନ କରିଛନ୍ତି। ଯେଉଁଥିରେ ପରୀକ୍ଷା ଫଳ ପ୍ରକାଶନର ପ୍ରକ୍ରିୟାକୁ ତ୍ଵରାନ୍ବିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।