କମିଶନରେଟ୍ ପୁଲିସରେ ବ୍ୟାପକ ଅଦଳବଦଳ
କମିଶନରେଟ୍ ପୁଲିସରେ ବଡ଼ ଧରଣର ଅଦଳବଦଳ ହୋଇଛି। ଏଡିସିପି, ଏସିପି ଏବଂ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ କରାଯାଇଛି। ତେବେ କଟକ ଓ ଭୁବନେଶ୍ୱରର ମୋଟ ୨୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି।ଗିରିଜା ଶଙ୍କର ଚକ୍ରବର୍ତ୍ତୀ କ୍ୟାପିଟାଲ ଥାନାର ଆଇଆଇସି ହୋଇଛନ୍ତି। ଅରୁଣ କୁମାର ସ୍ୱାଇଁ ନୟାପଲ୍ଲୀ ଥାନାଧିକାରୀ ହୋଇଛନ୍ତି। ଖଣ୍ଡଗିରି ଥାନା ଆଇଆଇସି ହୋଇଛନ୍ତି ରଶ୍ମୀରଂଜନ ମହାପାତ୍ର। ସେହିପରି ବିଶ୍ୱରଂଜନ ନାୟକ ହେଲେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି। ଅମିତାଭ ମହାପାତ୍ର ହେଲେ ଖାରବେଳନଗର ଥାନା ଆଇଆଇସି। ଅନ୍ୟପକ୍ଷରେ ହିମାଂଶୁ ଭୂଷଣ ସ୍ୱାଇଁ ହେଲେ ବାଦାମବାଡ଼ି ଥାନା ଆଇଆଇସି। ରବି ନାରାୟଣ ଭଂଜ ହେଲେ ମାଲଗୋଦାମ ଥାନାଧିକାରୀ। ମନୋଜ ରୋଶନ ବିଲୁଙ୍ଗ ମଧୁପାଟଣା ଥାନା ଓଓଉ ହୋଇଛନ୍ତି। ଏମିତି ୨୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି।
କାହାକୁ କେଉଁଠିକୁ ବଦଳି କରାଯାଇଛି
ଗିରିଜା ଶଙ୍କର ଚକ୍ରବର୍ତ୍ତୀ ହେଲେ କ୍ୟାପିଟାଲ ଥାନା ଆଇଆଇସି।
ହିମାଂଶୁ ଭୂଷଣ ସ୍ୱାଇଁ ହେଲେ ବାଦମବାଡ଼ି ଥାନା ଆଇଆଇସି।
ଅରୁଣ କୁମାର ସ୍ୱାଇଁ ହେଲେ ନୟାପଲ୍ଲୀ ଥାନା ଅଧିକାରୀ।
ରଶ୍ମୀରଞ୍ଜନ ମହାପାତ୍ର ହେଲେ ଖଣ୍ଡଗିରି ଥାନା ଆଇଆଇସି।
ରବି ନାରାୟଣ ଭଂଜ ହେଲେ ମାଲଗୋଦାମ ଥାନା ଅଧିକାରୀ।
ମନୋଜ ରୋଶନ ବିଲୁଙ୍ଗ ହେଲେ ମଧୁପାଟଣା ଥାନା ଆଇଆଇସି।
ବିଶ୍ୱ ରଞ୍ଜନ ନାୟକ ହେଲେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି।
ଅମିତାଭ ମହାପାତ୍ର ହେଲେ ଖାରବେଳନଗର ଥାନା ଅଧିକାରୀ।
ସବ-ଇନ୍ସପେକ୍ଟର ସ୍ତରରେ ୬୭ଜଣଙ୍କର ବଦଳି




