ଅଗ୍ନିକାଣ୍ଡରୁ ଅଳ୍ପକେ ଅନେକ ବର୍ତ୍ତିଲେ

ମୁମ୍ୱାଇ(ଓଟି): ଜିଏସ୍‌ଟି ଭବନରେ ଲାଗିଗଲା ନିଆଁ। ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିବାବେଳେ ସୌଭାଗ୍ୟକୁ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ମୁମ୍ୱାଇରେ ଥିବା ଜିଏସଟି ଭବନରେ ଅପରାହ୍ଣ ବେଳକୁ ହଠାତ୍‌ ଭୟଙ୍କର ନିଆଁ ଲାଗିଯାଇଥିଲା। ଭବନର ୮ମ ମହଲାରେ ନିଆଁ ଲାଗିଥିବାବେଳେ କୋଠାରେ ଅନେକ ଲୋକ ଫଶି ରହିଥିଲେ। ତେବେ ତ୍ଵରିତ୍‌ ଉଦ୍ଧାର କାର୍ଯ୍ୟ ପାଇଁ ଅନେକ ଜୀବନ ରକ୍ଷା ପାଇଯାଇଛି।

ସୂଚନା ଅନୁସାରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୧୬ଟି ଗାଡ଼ି ଏବଂ ୯ଟି ଓ୍ୱାଟର ଟ୍ୟାଙ୍କ ବ୍ୟବାହାର କରାଯାଇଥିଲା। ବିଭାଗୀୟ କର୍ମଚାରୀମାନେ ୪୫ ମିନିଟି ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଥିବା ଜଣାପଡ଼ିଛି। ସେହିପରି କୋଠାରେ ଫଶି ରହିଥିବା ସମସ୍ତଙ୍କୁ ଅଗ୍ନିଶମ ବାହିନୀ କର୍ମଚାରୀ ସୁରକ୍ଷିତ ଉଦ୍ଧାର କରିପାରିଛନ୍ତି।

Leave a Reply

Your email address will not be published.