ଭାରତୀୟ ସେନାବାହୀନିର ୫୬୦ ଜଣ ସହିଦଙ୍କ ନାଁରେ ଟାଟୁ

ନୂଆଦିଲ୍ଲୀ: ଅଭିଷେକ ଗୌତମ ନାମକ ଜଣେ ୩୦ ବର୍ଷିୟ ଇଣ୍ଟରିୟର୍‌-ଡିଜାଇନର୍‌ ତାଙ୍କ ପିଠିରେ କରାଇଥିବା ୫୯୩ଟି ଟାଟୁ ମଧ୍ୟରେ ରହିଛି ଭାରତୀୟ ସେନାବାହୀନିର ୫୬୦ ଜଣ ସହିଦଙ୍କ ନାମ। ସେ କାର୍‌ଗିଲ୍‌ ଯୁଦ୍ଧ ସହିଦ ହୁଅନ୍ତୁ କି, ନିକଟ ଅତୀତର ହୁଅନ୍ତୁ, ସମସ୍ତଙ୍କ ନାମ ସେ ନିଜ ପିଠିରେ ଟାଟୁ ବା ଚିତା କୁଟାଇଛନ୍ତି। ସହିଦଙ୍କ ବ୍ୟତିରେକେ ସେ ତାଙ୍କ ଦେହରେ ମହାତ୍ମା ଗାନ୍ଧୀ, ଭଗତ ସିଂହଙ୍କ ସମେତ କେତେକ ସ୍ୱାଧୀନତା ସଂଗ୍ରାମୀଙ୍କ ଟାଟୁ କରାଇଛନ୍ତି।

ସମଗ୍ର ଟାଟୁ କରାଇବାକୁ ଲାଗି ଥିଲା ଆଠ ଦିନ। ପ୍ରତି ଦିନ ସେ ୬ ଘଣ୍ଟା ଧରି ଟାଟୁ ଲେଖାଇଛନ୍ତି ହାପୁରବାସୀ ଗୌତମ। ସେ କହନ୍ତି: ଆଜିକାଲି, ପ୍ରେମର ନିଦର୍ଶନ ସ୍ୱରୂପ ପ୍ରିୟଜନର ନାମ ଲେଖାଇବା ହିଁ ସବୁଠୁ ବଡ଼ କଥା ହୋଇଛି। ଲୋକେ ସବୁବେଳେ ନିଜ ଯୋଡ଼ିଦାରଙ୍କ ନାଁ ଟାଟୁ କରାନ୍ତି, କିନ୍ତୁ ମୋ ଲାଗି ଦେଶପ୍ରୀତି ସବୁଠୁ ବଳି। ଭାରତୀୟ ସେନା ଆମ ସୁରକ୍ଷା ଲାଗି ସବୁବେଳେ ସଜାଗ ରହିଛି ଏବଂ ଦେଶ ପାଇଁ ଆତ୍ମବଳି ଦେଇଥିବା ଅନେକ ସୈନିକ ଅଛନ୍ତି। ମୋ ଦେହରେ ସେମାନଙ୍କ ନାମ ଲେଖାଇବା ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି।

Leave a Reply

Your email address will not be published. Required fields are marked *