‘ମରଜାୱାଁ’ର ନୂଆ ଗୀତ ରିଲିଜ୍, ଗୋଟିଏ ଦିନରେ ୨୩ ମିଲିୟନ୍ ଭ୍ୟୁଜ୍

‘ଓଲଡ୍ ଇଜ୍ ଗୋଲ୍ଡ’ର ଯଥାର୍ଥତା ବଲିଉଡ୍ ପାଇଁ ଏକଦମ୍ ପରଫେକ୍ଟ । ପୁରୁଣା ମ୍ୟୁଜିକ୍ ହେଉ କିମ୍ବା କୌଣସି ପୁରୁଣା ଫିଲ୍ମର କାହାଣୀ, ସେସବୁ ଆଜିର ସମୟରେ ମଧ୍ୟ ବେଶ୍ ଆକର୍ଷିତ କରିଥାଏ । ବିଶେଷ ଭାବେ ପୁଣୁଣା ଗୀତଗୁଡ଼ିକୁ ଆଜିର ଯୁବପିଢ଼ି ବେଶ୍ ଆଦର କରିଥାନ୍ତି । ନିକଟରେ ଏହାର ଏକ ଜ୍ୱଳନ୍ତ ଉଦାହାରଣ ସାଜିଛି ଅପକମିଙ୍ଗ ଫିଲ୍ମ ‘ମରଜାୱାଁ’ । ଏଥିରେ ଥିବା ଏକ ‘ ଏକ୍ ତୋ କମ୍ ଜିନ୍ଦେଗାନି…’ ର ରିମିକ୍ସକୁ ଗତକାଲି ରିଲିଜ୍ କରାଯାଇଥିଲା । ପୁରୁଣା ଗୀତର ମହକ ସହିତ ନୋରା ଫତେହିଙ୍କ ଡ୍ୟାନ୍ସ ଜଲୱା ଦର୍ଶକଙ୍କୁ କିମିଆ କରିଥିଲା । ତେଣୁ ରିଲିଜ୍ ହେବାର ମାତ୍ର ଗୋଟିଏ ଦିନ ଭିତରେ ଏହାକୁ ୨୩ ମିଲିୟନ୍ ଭ୍ୟୁଜ୍ ମିଳିସାରିଛି । ଆଗାମୀ ଦିନରେ ଏହି ସଂଖ୍ୟା ନିଶ୍ଚୟ ଭାବେ ବଢ଼ିବ ।

କହିରଖୁଛୁ ଏହି ଗୀତଟି ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ‘ଜାଁବାଜ୍’ ଫିଲ୍ମରୁ ଆସିଛି । ଅନିଲ୍ କପୁର, ଶ୍ରୀଦେବୀ, ଡିମ୍ପଲ୍ କାପାଡ଼ିଆ, ଫିରୋଜ୍ ଖାନ୍ ଓ ଶକ୍ତି କପୁରଙ୍କ ଅଭିନୀତ ଏହି ଫିଲ୍ମର ଗୀତ ‘ଏକ ତୋ କମ୍ ଜିନ୍ଦେଗାନି…’ର ମ୍ୟୁଜିକ୍ ଡାରେକ୍ଟର୍ ଥିଲେ କଲ୍ୟାଣଜୀ ଆନନ୍ଦଜୀ । ଏହି ଆଇଟମ୍ ଗୀତରେ ବଲିଉଡର ଅନନ୍ୟ ସୁନ୍ଦରୀ ବିୟୁଟି କୁଇନ୍ ରେଖା ଡ୍ୟାନ୍ସ ପରଫର୍ମ କରିଥିଲେ । ସେହି ସମୟରେ ଏହା ବେଷ୍ଟ୍ ଆଇଟମ୍ ସଙ୍ଗ୍ ତାଲିକାରେ ସ୍ଥାନ ପାଇଥିଲା । ଆଜିର ସମୟରେ ରେଖାଙ୍କ ଭଳି ଏହି ଗୀତ ମଧ୍ୟ ତା’ର ଚମକ ହରାଇନାହିଁ । ଏଭରଗ୍ରୀନ୍ ରେଖାଙ୍କ ଅଭିନୀତ ଏହି ଏଭରଗ୍ରୀନ୍ ସଙ୍ଗୀତ ଆଗାମୀ ପିଢ଼ିଙ୍କୁ ମଧ୍ୟ ଆକୃଷ୍ଟ କରିବ, ଏଥିରେ ସନ୍ଦେହ ନାହିଁ ।

Leave a Reply

Your email address will not be published. Required fields are marked *